ଖେଲୋ ଇଣ୍ଡିଆ ଉଦ୍ଘାଟିତ

 କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖେଲୋ ଇଣ୍ଡିଆ ସେଣ୍ଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ ହୋଇଯାଇଛି । ରାଜ୍ୟ ଯୁବ ଓ କ୍ରୀଡା ବେପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟରରେ ଶତାଧିକ ଛାତ୍ର/ଛାତ୍ରୀ କ୍ରୀଡା ଓ ଯୋଗାସନ ଅଭ୍ୟାସ କରୁଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର/ଛାତ୍ରୀଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବାଲିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ, ଯୋଗଗୁରୁ ସଂଜୟ ମଥାନ, ଟୁଲୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।