ଅବସରକାଳୀନ ସମ୍ବର୍ଦ୍ଧନା 

ବରୀ : ବରୀ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସହ ଶିକ୍ଷାଅଧିକାରୀ ସରକାରୀ ସେବା କାର୍ଯ୍ୟରୁ ଅବସର ନେଇଥିବା ସୁରେନ୍ଦ୍ର କୁମାର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କୃପାସିନ୍ଧୁ ହାଇସ୍କୁଲରେରେ ଅନୁଷ୍ଠିତ ହେଇଛି । ପ୍ରଧାନଶିକ୍ଷକ ଜ୍ୟୋତି ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ମୁଖ୍ୟବକ୍ତା ପୂର୍ବତନ ମଣ୍ଡଳ ଅଧିକାରୀ ଭିକାରୀ ଚରଣ କବି, ସମ୍ମାନିତଅତିଥି ମଣ୍ଡଳ ଶିକ୍ଷାଧିକାରୀ ସୁଶ୍ରୀ ପ୍ରତିଶ୍ରୁତି ସିଂ, ତହସିଲଦାର ଡ. ମାନସ ରଞ୍ଜନ ସ୍ୱାଇଁ, ଅତିରିକ୍ତ ତହସିଲଦାର କଲଲୋଳ ମିଶ୍ର, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି, ଶିକ୍ଷାବିତ କୁଞ୍ଜ ବିହାରୀ ଦାଶ, ଏବିଓ ସଚିକାନ୍ତ ମିଶ୍ର, ବାଙ୍କ ବିହାରୀ ପଣ୍ଡା, ଏବିଓ ସଂଯୁକ୍ତା ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଜନ କରି ସଭାକୁ ଉଦ୍ଘାଟନ କରି ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କ ବହୁ ମୁଖୀ ପ୍ରତିଭା, କାର୍ଯ୍ୟନିଷ୍ଠ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅସବରରେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚେଛ ଦେଇ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଗଗନ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ମନୋଜ ସାହୁ ମାନପତ୍ର ପଠନ କରିଥିବା ସହିତ ଧନ୍ୟବାଦ ଦେଇଥିଲେ ।