ଆସିଲାନି ଆମ୍ବୁଲାନ୍ସ; ଟ୍ରଲିରେ ବୁହା ହୋଇ ମେଡ଼ିକାଲ ଗଲେ ରୋଗୀ

 ସୁକିନ୍ଦା: ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ପରିବାର ଲୋକେଗୁରୁତର ମହିଳା ରୋଗୀଙ୍କୁ ଟ୍ରଲିରେ ବୋହି ନେଇ ମେଡ଼ିକାଲରେ ଭର୍ତି କଲେ । ଏଭଳି ଅଭାବନୀୟ ଘଟଣା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିଜ ଗ୍ରାମ ତଥା ରତ୍ନଗର୍ଭା ସୁକିନ୍ଦାଗଡ଼ରୁ । ଖବର ମତେ ସୁକିନ୍ଦା ଗଡ଼ର ରମେଶ ନାଏକଙ୍କ ସ୍ତ୍ରୀ ଜିନା ଗାଧୋଇବା ସମୟରେ କୌଣସି କାରଣରୁ ଗୁରୁତ୍ୱର ହୋଇ ପଡ଼ିଥିଲେ । ପରିବାର ଲୋକଙ୍କ ତରଫରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । 
ହେଲେ ଆମ୍ବୁଲାନ୍ସ ଉଚିତ ସମୟରେ ପହଁଚି ପାରିବନି ବୋଲି କୁହାଯାଇଥିଲା । ଫଳରେ ପରିବାର ଲୋକେ ଏକ ଟ୍ରଲି ସହାୟତାରେ ଜିନାଙ୍କୁ ସୁକିନ୍ଦା ମେଡିକାଲକୁ ନେଇଯାଇଥିଲେ । ପ୍ରଶ୍ନ ଉଠୁଛି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣୁଥିବା ଏବଂ ୨୪ଘଂଟିଆ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଥିବା କଥାକହୁୁଥିବା ବେଳେ ଆମ୍ବୁଲାନ୍ସ ପରିବର୍ତେ ରୋଗୀଙ୍କୁ ଟ୍ରଲିରେ ବୁହା ହେବା ଘଟଣା ସମସ୍ତଙ୍କୁ ବିଚଳିତ କରୁଛି । ସଂପୃକ୍ତ ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇଲାର ହେବାର ଲାଗିଛି ।