ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ
ବରୀ :ଏହି ବ୍ଲକ ଭଳି ନୂଆଗାଁ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ଼କ୍ଟର ଗିରିଶ ବିହାରୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନାଙ୍କ ସଭାପତିତ୍ୱରେ ଅତିଥି କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଡ଼କ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବିଜେପି ନେତା ଉମେଶ ଜେନା, ପୂର୍ବତନ ଜିଲା ସଭାପତି ଆଶୁତୋଷ ପରିଡା, ଛାତ୍ରସଂସଦ ସଭାପତି ଡାକ୍ତର କୈଳାଶ ଚନ୍ଦ୍ର ପତି ପ୍ରମୁଖ ଯୋଗଦେଇ ସମାଜ ଗଠନରେ ସବୁବେଳେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ ହୋଇ ରହିଥାଏ ବୋଲି ପ୍ରକାଶ କରି ଶ୍ରୀ ମିଶ୍ରଙ୍କ ବହୁ ମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଏକ ଛାତ୍ରବାସ ସହିତ +୨ କଲେଜ ଖୋଲିବାକୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା । ଡ଼କ୍ଟର ଦାମୋଦର ବେହେରା ସଭା ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଛାତ୍ର ସଂସଦ ଓ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲା । ଏହି ଅବସରରେ ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ । ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ । ପୁରାତନ ଛାତ୍ର ସଂସଦ, ଅଭିନନ୍ଦନ ପୁସ୍ତିକା କମିଟି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା ସହାୟକ ସମାରୋହକୁ ପରିଚାଳନା କରିଥିଲେ ।