ଅପେରା ଯାଜ୍ଞସେନୀର ଶୁଭ ମହୁରତ

 ଦାନଗଦୀ : ଅକ୍ଷୟ ତୃତୀୟା ଅବସରରେ କଳିଙ୍ଗନଗରର ଯଖପୁରା ଗାଁରେ ମା’ହିଙ୍ଗୁଳା ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଓ ପ୍ରଯୋଜିକା ଆଡ଼ଭୋକେଟ ସୁଦୀପ୍ତା ସିଂଙ୍କ ଦ୍ୱାରା ଗଢି ଉଠିଥିବା ନିୟୁ ଅପେରା ‘ଯାଜ୍ଞସେନୀ’ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି । ଏକ ସାମ୍ବାଦିକ ସମ୍ବିଳନୀରେ ତାର ଦ୍ୱିତୀୟ ବର୍ଷର ଷ୍ଟାରକାଷ୍ଟ ଘୋଷଣା କରିବା ସହ ନୂତନ ନାଟକ ଗୁଡିକର ନାମ ମଧ୍ୟ ଘୋଷଣା କରିଛି । ନୂତନ ବର୍ଷ ୨୦୨୫-୨୬ରେ ନାୟକ ଭାବେ ସୁରେଶ ପଣ୍ଡା, ଅମରଜିତ ମିଶ୍ର, ନାୟିକା ଭାବେ ଜଲୀ ପଣ୍ଡା ଓ ରାଧା ପଣ୍ଡା, ଖଳ ନାୟକ ସନ୍ଦୀପ, ହାସ୍ୟ ଅଭିନେତା ଭାବେ ସାନ ମଣି, ନେଉଳ, ଲିଜୁନା, ଚରିତ୍ର ଅଭିନେତା ଜୟନ୍ତ ବାରିକ,ପ୍ରଭାସ ମିଶ୍ର, ମମତା ମିଶ୍ର, ଅନ୍ୟମାନଙ୍କ ମଧ୍ୟରେ ଲିଜା, ସୀମା, ଚାନ୍ଦିନୀ ପ୍ରମୁଖ ଅଭିଜ୍ଞା ଓ ନାମିଦାମୀ କଳାକାର ଯୋଗ ଦେଇଛନ୍ତି । ନୂଆ ୪ ଗୋଟି ନାଟକ ‘ଜେମ୍ସବଣ୍ଡ’,’ଗ୍ୟାଙ୍ଗ ଷ୍ଟାର’, ‘ଦେଖ ଆଗକୁ କଣ ହେଉଛି’, ‘ଗାନ୍ଧୀ କଣ ଭୂଲ ହୋଇ ଗଲା କି’କୁ ନେଇ ମୈଦାନକୁ ଓଲ୍ଲାଇବ ଯାତ୍ରା ଯାଜ୍ଞସେନୀ । ଶୁଭମହୁରତରେ ମୁଖ୍ୟ ଉପଦେଷ୍ଟା ପ୍ରସନ୍ନଜିତ ନାୟକ, ସନ୍ଦୀପ ବରୁଣ ଜେନା, ମୁଖ୍ୟ ପରିଚାଳକ ସୁରେଶ ପଣ୍ଡା, ମୁଖ୍ୟ କାର୍ଯ୍ୟଧିକାରୀ ପ୍ରଭାତ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଆଗାମୀ ଯାତ୍ରା ଋତୁରେ ପାଞ୍ଚୋଟି ପେଣ୍ଡାଲ ସହ ମେଲୋଡି କାର୍ଯ୍ୟକ୍ରମ ସମ୍ପୂର୍ଣ ଭିନ୍ନ ଧରଣର ହେବା ସହ ଦମଦାର ନାଟକ ପରିବେଷଣ କରି ଓଡିଶା ଯାତ୍ରା ଜଗତରେ ଏକ ନମ୍ବର ସ୍ଥାନରେ ଯାତ୍ରା ଯାଜ୍ଞସେନୀ ରହିବ ବୋଲି ମୁଖ୍ୟ ପରିଚାଳକ ସୁରେଶ ପଣ୍ଡା କହିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରସନ୍ନଜିତ ନାୟକ କହିଲେ ନିଶ୍ଚିତ ଆମେ ଆଗାମୀ ବର୍ଷ ଦର୍ଶକଙ୍କୁ ମନଜିଣିବୁ ଓ ମନୋରଞ୍ଜନର ଭରପୁର ଖୋରାକ ଦେବ ଯାତ୍ରା ଯାଜ୍ଞସେନୀ ।