ଭାରତୀୟ ମଜଦୂର ସଂଘ ପକ୍ଷରୁ ଦାବିପତ୍ର  

 ଢେଙ୍କାନାଳ : ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ଜିଲ୍ଲା ଆଶା କର୍ମୀ, ଅଙ୍ଗନୱାଡି ସଂଘ ଏମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ସଚେତନତା ରାଲି ସହରର ବାଜିଚୌକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପରେ ଏକ ବିକ୍ଷୋଭ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ  ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ପ୍ରଦାନ କରାଯାଇଥିଲା । 
ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ସମସ୍ତ ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ  ୧୨ ମାର୍ଚ୍ଚ ଆସାମ ଗୌହାଟୀରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଇପିଏସ୍-୯୫କୁ କେନ୍ଦ୍ର କରି ଗୃହୀତ ପ୍ରସ୍ତାବକୁ ଜିଲ୍ଲାପାଳଙ୍କ  ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛ ଯେ, ପ୍ରାୟ ୭୬ ଲକ୍ଷରୁ ଉଦ୍ଧ୍ୱର୍ ଇପିଏସ୍-୯୫ ଅନ୍ତର୍ଗତ ପେନସନଭୋଗୀ ଅଛନ୍ତି  । ଯେଉଁମାନଙ୍କୁ ସର୍ବନିମ୍ନ ୧ ହଜାର ଟଙ୍କା ପେନସନ ମିଳୁଛି । ଦେଶ ଗଠନରେ ଦେଶର ବିଭିନ୍ନ ବେସରକାରୀ କ୍ଷେତ୍ରରେ କାମ କଲେ ଆଜି ସେମାନେ ଉପେକ୍ଷାର ଶିକାର ହେଉଛନ୍ତି । ସେମାନଙ୍କୁ  ମହଙ୍ଗା ଭତ୍ତା ସହିତ ଯୋଡ଼ିବା ପାଇଁ ଦାବି ହୋଇଛି  । ସରକାର ଅଦ୍ୟାବଧି ଅସଙ୍ଗଠିତ ଶ୍ରମିକଙ୍କ ଭବିଷ୍ୟତ ସୁରକ୍ଷିତ ପାଇଁ କୌଣସି ଠୋସ ନିର୍ଣ୍ଣୟ ନେଇନାହାଁନ୍ତି ।  କୃଷି ଶ୍ରମିକ ଏବଂ ଖଣି ଶ୍ରମିକଙ୍କ ଭଳି ଅସଂଗଠିତ କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ୬୦ ବର୍ଷ ପରେ ଚିକିତ୍ସାରୁ ବଞ୍ଚôତ ଓ ଅବହେଳିତ ହେଉଛନ୍ତି । ଜୀବନ ବୀମା ନିଗମରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେଇ ଏହା ସାଧାରଣ ସମ୍ପତି ବିକ୍ରୟ ପାଇଁ ରାସ୍ତା ଖୋଲିବା ଅତ୍ୟନ୍ତ ଭୁଲ ନିଷ୍ପତି ବୋଲି ବିଏମଏସ ଅନୁଭବ କରୁଛି । ସରକାରଙ୍କ ଏହି ପଦକ୍ଷେପ ଆତ୍ମନିର୍ଭରଶୀଳ ଭାରତର ଅବଧାରଣା ନଷ୍ଟ କରୁଛି । ଏଣୁ ଭାରତୀୟ ମଜଦୁର ସଂଘ ଗୌହାଟୀରେ ଅନୁଷ୍ଠିତ ୧୫୮ତମ ରଷ୍ଟ୍ରୀୟ କାର୍ଯ୍ୟକାରିଣୀ ଭାରତ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖିଛନ୍ତି ।  ଏହି ଆନେ୍ଦାଳନର ରାଲିରେ ଜିଲ୍ଲା ସଭାପତି ଅନିଲ ଭୁତିଆ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଶିବାଶକ୍ତି ମହାନ୍ତି, ଜିଲ୍ଲା ନେତ୍ରୀ ମାନସୀ ମହାପାତ୍ର, ସୁନିତା କଅଁର, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ନେତୃତ୍ୱରେ ବିଏମଏସ ରାଜ୍ୟ ସଭାପତି ବାଦଲ ମହାରଣା ଓ ଜିଲ୍ଲା ପ୍ରଭାରୀ ଶ୍ରୀନିବାସ ଖୁଂଟିଆ କାର୍ଯ୍ୟକ୍ରମରେ ଯୋଗଦାନ କରି ଉପସ୍ଥିତ ଶ୍ରମିକଙ୍କୁ ସଙ୍ଗଠିତ ହୋଇ ଆନେ୍ଦାଳନ କରିବାକୁ ଆହ୍ୱାନ କରିଥିଲେ । ଶେଷରେ ନାରୀନେତ୍ରୀ ସୁପ୍ରଭା ପ୍ରଧାନ ଧନ୍ୟବାଦ ଦେଇଥିଲେ ।