ଅବସରପ୍ରାପ୍ତ ଆଇପିଏସ୍ଙ୍କ ପରଲୋକ
ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍ କୂଳମଣି ଦେଓ ୮୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ସପ୍ତାହେ ଧରି ସ୍ୱର୍ଗତ କୁଳମଣିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଗୁରୁବାର ସକାଳୁ ସେ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମରଶରୀର ପାଖରେ ସ୍ତ୍ରୀ ପ୍ରମିଳା ଦେଓ, ଜ୍ୱାଇଁ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।
କୂଳମଣିଙ୍କ ଶେଷଦର୍ଶନ ପାଇଁ ବିଜେଡି ନଗରସ୍ଥିତ ବାସଭବନରେ ରାଜନେତା ଓ ପୁଲିସ ଅଧିକାରୀଙ୍କ ଭିଡ଼ ଲାଗିଥିଲା । ଓଡ଼ିଶାର ସମବାୟ ମନ୍ତ୍ରୀ ଌ୍ରଽୀଌ ବଳ ସାମନ୍ତ ଓ ବିଧାୟକ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ସୁରେଶ ରାଉତରାୟ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଜେଡି ନେତା ଭୃଗୁ ବକ୍ସିପାତ୍ର, ବିଜେଡି ନେତା ସମରେଶ ବେଉରା, ଏକାମ୍ର ବିଧାୟକଙ୍କ ପ୍ରତିନିଧି ସଂଗ୍ରାମ ମାର୍ଥା ପ୍ରମୁଖ ତାଙ୍କ ବିଜେବି ନଗର ବାସଭବନଠାରେ ପହଞ୍ଚିଥିଲେ । ତାଙ୍କ ମରଶରୀରକୁ ପୁଲିସ ମହାନିଦେ୍ର୍ଦଶକ ୱାଇ. ବି. ଖୁରାନିଆ, ଏଡିଜି ସଞ୍ଜୀବ ପଣ୍ଡା, ଏଡିଜି ଡ. ସନ୍ତୋଷ ବାଲା, ଦୀପ୍ତେଶ ନାୟକ, ପୁଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନାଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ୍ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଳମ୍ବିତ ରାତିରେ ଏକ ସୁସଜ୍ଜିତ ଗାଡିÿରେ ତାଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ, କୂଳମଣି କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଜିଲ୍ଲାର ଏସ୍ପି ଥିଲେ । ୨୦୦୨ ମସିହାରେ ସେ ଏଡିଜି ପାହ୍ୟାରୁ ଅବସର ନେଇଥିଲେ ।