ବିକଶିତ କୃଷି ସଂକଳ୍ପ ଅଭିଯାନ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଚହକା ପଞ୍ଚାୟତ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି । ଗୋଲାମୁଣ୍ଡା କୃଷି ବିଭାଗ ଅଧିକାରୀ ନୌକେଶ୍ୱର ନାଗଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସମ୍ମାନିତଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଦୁରୁଦାକ୍ଷ୍ୟ ପଟେଲ, ଚହକା ସରପଞ୍ଚଙ୍କ ପ୍ରତିନିଧି ଦନାର ବାଗ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟତଃ କୃଷି ବିଭାଗ ଜରିଆରେ ସରକାରୀ ଯୋଜନା ଆସୁଥିବା ବେଳେ ଚାଷୀମାନେ ଏହାର ଫାଇଦା ପାଉଛନ୍ତି କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଅନେକ ଚାଷୀ ଉପସ୍ଥିତ ଥିଲେ ।