ମୁଖ୍ୟମନ୍ତ୍ରୀଙ୍କୁ ଶିକ୍ଷକ ସଂଘର ଦାବିପତ୍ର
ବଲାଙ୍ଗିର: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲିପ କୁମାର ଯୋଷୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ମାନନୀୟା ଶିକ୍ଷା ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମ ୨୦୧୯ ଅନୁସାରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ପାଇଁ ଅନୁରୋଧ କରାଯାଇଛି । ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପାଇଁ ଓଟିଇଟି ଲାଗୁ କରିବା ଅର୍ଥ ସରକାରୀ ନିୟମକୁ ଖିଲାପ କରିବା । ତେଣୁ ଭି (ଏ) ରୁ ଭି (ବି) କୁ କିମ୍ବା ସମସ୍ତ ପ୍ରକାରର ପଦୋନ୍ନତିରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଯିଏ ଓଟିଇଟି କରୁ ବା ନ କରୁ ସମସ୍ତଙ୍କୁ ପଦୋନ୍ନତି ଦେବା ପାଇଁ ସଂଘ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଓପିଟିଏର ଜିଲ୍ଲା ସଂପାଦକ କୈଶ୍ ରସୁଲ ଖାନ, ଏୟୁପିଟିଏଫ୍ ର ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ଓପିଟିଏ ର ବ୍ଲକ ସଭାପତି ମହାଦେବ ମେଶ୍ୱା, ସମ୍ପାଦକ ପ୍ରଦୀପ ପ୍ରଧାନ, ବସନ୍ତ କୁମାର ବୁଡେକ, ଭରତ ମହାକୁର, କୋ÷÷ଶଲ୍ୟା ସାହୁ, ଉତ୍ତମା ବାଗ, ବିନୋଦିନି ରଣା, ଗୋପାଳଜୀ ଚୈାଧୁରି, ଜ୍ଞାନ ବେହେରାଙ୍କ ସମେତ ବହୁ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।