ଅବସରପ୍ରାପ୍ତ ରେଞ୍ଜରଙ୍କ ପରଲୋକ

ନୀଳଗିରି : ନୀଳଗିରି ଏନ୍ଏସି ୭ନମ୍ବର ୱାର୍ଡ ବାଲିଗୋହିରି ଗ୍ରାମର ସମାଜସେବୀ ତଥା ଅବସରପ୍ରାପ୍ତ ରେଞ୍ଜର ଗିରିଧାରୀ ବେହେରା (୮୧)ଙ୍କର ଅକାଳ ବିୟୋଗ ହୋଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଗତ ୩୧ ତାରିଖ ଅପରାହ୍ନରେ ତାଙ୍କ ବାଇକରେ ପଡୋଶୀ ବାଞ୍ଝାନିଧି ପାତ୍ରଙ୍କୁ ନେଇ ବଜାର କାମ ସାରି ଘରକୁ ଫେରୁଥିବା ବେଳେ ଘର ଠାରୁ ଅନତି ଦୂରରେ ଏକ ଷଣ୍ଢ ସହିତ ଧକ୍କା ହେବାରୁ ଗିରିଧାରୀଙ୍କର ଡାହାଣ ହାତ ମଝି ଅଙ୍ଗୁଠି ଭାଙ୍ଗି ଯାଇଥିଲା । ପଛରେ ବସିଥିବା ବାଞ୍ଝାନିଧିଙ୍କର ମୁଣ୍ଡ ଫାଟିଯାଇଥିଲା । ପରେ ସେ ବାଲେଶ୍ୱର ମେଡିକାଲରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ । ସେହି ରାତିରେ ପରିସ୍ରା ବନ୍ଦ ହେବାରୁ ଜ୍ୟୋତି ହସ୍ପିଟାଲରେ ପୁଣି ତାଙ୍କୁ ଚିକିତ୍ସା କରାଯାଇଥିଲା । ଗୁରୁତର ଥିବାରୁ ଗତ କାଲି ସନ୍ଧ୍ୟାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ନେବା ପାଇଁ ସଜବାଜ ହେଉଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ବାସ ଭବନକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।  ଶେଷ କୃତ୍ୟ ନିଜ ବାଡ଼ିରେ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ମାନସ ବେହେରା ମୁଖାଗ୍ନି ଦେଇଥିବାବେଳେ ତାଙ୍କ ଧର୍ମପନôୀ,  ତିନି ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଜଣେ ମେଳାପି, ମିଷ୍ଠଭାଷୀ, ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିବାରୁ ତାଙ୍କର ଏଭଳି ମୃତୁ୍ୟରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।