ଅବସରପ୍ରାପ୍ତ ରେଳକର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ
ବାଲେଶ୍ୱର: ଅବସରପ୍ରାପ୍ତ ରେଳକର୍ମଚାରୀ ସଂଘ ବାଲେଶ୍ୱରର ଏକ ସାଧାରଣ ସଭା ପ୍ରତିଷ୍ଠାତା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ନିଦେ୍ର୍ଦଶରେ ସମ୍ପାଦକ ରାମଚନ୍ଦ୍ର ଦାସ ବିଗତ ବୈଠକର ବିବରଣୀ ପାଠ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଆର୍ଥିକ ବର୍ଷଠାରୁ ସଂଘର କାର୍ଯ୍ୟ ପରିଚାଳନା ନିମନ୍ତେ ଏକ କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଥିଲା । ଯାହା ଉପସ୍ଥିତ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରୁ ନାମ ପ୍ରସ୍ତାବ ସହ ଅନୁମୋଦନ କରାଯାଇ ନୂତନ କର୍ମକର୍ତ୍ତା ମନୋନୟନ ପ୍ରକି୍ରୟାରେ ବରିଷ୍ଠ ଉପଦେଷ୍ଠା ଗିରିଧାରୀ ବିନ୍ଧାଣୀ ପର୍ଯ୍ୟବେକ୍ଷକ ଭାବେ ସର୍ବସମ୍ମତିକ୍ରମେ ମନୋନୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘର ନୂତନ ସଭାପତି ଭାବେ ଚତୁର୍ଭୂଜ ଜେନାଙ୍କ ନାମ ପ୍ରସ୍ତାବ ସହ ଅନୁମୋଦନ କରାଯାଇଥିଲା । ଉପସଭାପତି ସତ୍ୟରଞ୍ଜନ ରାଉତ ତଥା ଅନ୍ୟ ଉପସଭାପତି ଅନୀଲ୍ କୁମାର ବେହେରାଙ୍କ ନାମ ସମର୍ଥନ କରାଯାଇଥିଲା । ସମ୍ପାଦକ ଭାବେ ରାମଚନ୍ଦ୍ର ଦାସ ଓ ସହସମ୍ପାଦକ ପଦ୍ମନାଭ ସାମଲ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ତି୍ରପାଠୀ ତଥା ସଂଗଠନ ସମ୍ପାଦକ ଗଗନ ଚନ୍ଦ୍ର ଦଳାଇଙ୍କୁ ପ୍ରସ୍ତାବ ସହ ସମର୍ଥନ କରାଯାଇଥିଲା । କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁକୁମାର ବେହେରା, ଅକ୍ଷୟ କୁମାର ପଣ୍ଡା, ହରେକୃଷ୍ଣ ବେହେରା, ଗୋପାଳ ଚନ୍ଦ୍ର ପାତ୍ର, ଅଶୋକ କୁମାର ମାହାତୋ, ବିଜୟ କୁମାର ସେନାପତି ତଥା ଅନ୍ୟ ଦୁଇ ଅତିଥିସଦସ୍ୟ ଭାବେ କୈଳାସ ଚନ୍ଦ୍ର ଖିଲାର ଏବଂ ବଙ୍କିମ ଚନ୍ଦ୍ର ପତିଙ୍କୁ ସମର୍ଥନ ସହ ଗ୍ରହଣ କରାଯାଇଥିଲା । ସଦସ୍ୟମାନଙ୍କ ମଧ୍ୟରେ ମୟୁର ଚନ୍ଦ୍ର ସେଠୀ, ପ୍ରମୋଦ କୁମାର ଚୌଧୁରୀ, ରବୀନ୍ଦ୍ର ନାଥ ରଣା, ମୋହନ ବେହେରା ତଥା ଅନ୍ୟାନ୍ୟ ସଦସ୍ୟ/ସଦସ୍ୟା ଉପସ୍ଥିତ ଥାଇ ୩ବର୍ଷ ଅବଧି କାର୍ଯ୍ୟକାଳ ନିମନ୍ତେ ଚଳିତ ଆର୍ଥିକ ବର୍ଷ ଠାରୁ କ୍ଷମତା ପ୍ରଦାନ କରିବାରେ ସମର୍ଥନ କରିଥିଲେ । ଉପଦେଷ୍ଟା ଭାବେ ଡା. ମୂରଲୀଧର ପାତ୍ର, ଗିରିଧାରୀ ବିନ୍ଧାଣୀ, ମନୋରଞ୍ଜନ ଜେନା, ଏମ୍.ନାର୍ସେୟା ତଥା ଅରୁଣ ଚାଟାର୍ଜୀ ଏବଂ ସମୀକ୍ଷକ ଭାବେ ପ୍ରମୋଦ କୁମାର ଚୌଧୁରୀଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ବିଜୟ କୁମାର ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ ।