ଗେଙ୍ଗୁଟି ନଦୀ ବିରୋଳି-ଆନନ୍ଦପୁର ସେତୁ ତଳୁ ବାଲି ଉଠାଣ ଅଭିଯୋଗ


ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବିରୋଳି ରାଜସ୍ୱ ଗ୍ରାମର ବିରୋଳି-ଆନନ୍ଦପୁର ସେତୁ ତଳୁ ବିପଦଜ୍ଜନକ ଭାବେ ବାଲି ଉତ୍ତୋଳନ କରାଯାଉଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ କିଛି ଦିନ ହେବ ବାଲି ମାଫିଆମାନେ ନିଶଦ୍ଦ ରାତ୍ରରେ ଜେସିବି ମେସିନ ସହାୟତାରେ ବାଲି ଉଠାଇ ଜମା କରୁଥିବା ଦେଖିବାକୁ ମିଳିଛି । 
ଦିନ ସମୟରେ ଟ୍ରାକ୍ଟର ଓ ଜେସିବି ଯୋଗେ ବେଆଇନ ବାଲି ପରିବହନ କରାଯାଉଛି । ବାଲି ଉତ୍ତୋଳନ ଓ ପରିବହନ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜିଲ୍ଲା ଲଘୁ ଖଣିଜ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ବେଆଇନ କାର୍ଯ୍ୟକୁ ପୁଷ୍ଠପୋଷକତା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଲଘୁ ଖଣିଜ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଖରିଜ ଅଧିକାରୀ ଓ ଉତ୍ତୋଳନକାରୀଙ୍କ ମଧ୍ୟରେ ସଲାସୁତର ରହିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପଡୋଶୀ ଗ୍ରାମର ନିରଞ୍ଜନ ପୁହାଣ ଏହି ବେଆଇନ କାର୍ଯ୍ୟର ପ୍ରତିବାଦ କରିବାରୁ ବାଲି ମାଫିଆ ଦେଖିନେବାକୁ ଧମକ ଦେଉଛି ବୋଲି ଶ୍ରୀ ପୁହାଣ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ସେତୁ ପ୍ରତି ବିପଦ ସୃଷ୍ଟି ହୋଇଛି । ଯେ କୌଣସି ସେତୁର ୫ଶହ ମିଟର ପରିଧି ମଧ୍ୟରେ ବାଲି ଉତ୍ତୋଳନ ନିଶିଦ୍ଧ ରହିଛି । ମାତ୍ର କାର୍ଯ୍ୟକାରିତା ଅଭାବରୁ ବାଲିମାଫିଆମାନେ ବେଆଇନ ଉତ୍ତୋଳନ କରିବାକୁ ସକ୍ଷମ ହେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଲଘୁ ଖଣିଜ ଅଧିକାରୀ ଅନିଲ କୁମାର ଦାସଙ୍କ ଫୋନ ଯୋଗେ ବାରମ୍ବାର ଯୋଗଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିନଥିଲା  ।