ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାବିପତ୍ର 

 ରାଜନଗର :  ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ହରମୋହନ କୁଅଁର, ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସମ୍ପାଦକ ଅଜିତ ନାୟକ, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର, ଲକ୍ଷ୍ମଣ ମହାନ୍ତିଙ୍କ ନେତୃତ୍ୱ ଓ ପରିଚାଳନାରେ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଅଷ୍ଟମ ବେତନ କମିଶନରରେ ପେନ୍ସନରଙ୍କ ପେନସନ୍ ବୃଦ୍ଧି ଓ ଆର୍ଥିକ ମଞ୍ଜୁରୀ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାକ୍ ସ୍ୱାଧୀନତା ଓ ସ୍ୱାଧୀନତା ପରେ ପୂର୍ବରୁ ୭ଟି ବେତନ କମିଶନରରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଓ ଦୀର୍ଘଦିନ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କର ପେନ୍ସନ୍ ଆନୁପାତିକ ଭାବରେ ବୃଦ୍ଧି ହୋଇ ଆସୁଛି । ମାତ୍ର ୨୦୨୬ ମସିହାରେ ହେବାକୁ ଥିବା ବେତନ କମିଶନରରେ ସମସ୍ତ ବର୍ଗର ପେନସନ୍ରଙ୍କର ପେନ୍ସନ୍ ଓ ତତ୍ ସଂକ୍ରାନ୍ତୀୟ ଆର୍ଥିକ ସୁବିଧାରୁ ବଞ୍ଚôତ କରାଇବା ପାଇଁ ବେତନ କମିଶନରର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟ ସଭାରେ ପାଶ୍ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର ଲଗାଇ ଆଇନ୍ ପ୍ରଣୟନ କରାଇଥିବାରୁ ଭାରତବର୍ଷର ସମସ୍ତ ବର୍ଗର ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ମୌଳିକ ଓ ମାନବିକ ଅଧିକାରରୁ ବଞ୍ଚôତ କରୁଛନ୍ତି ।
ଏହାର ଦୃଢ଼ ପ୍ରତିବାଦ ସହ ପେନ୍ସନରଙ୍କୁ ଅଷ୍ଟମ ବେତନ କମିଶନରରେ ପେନ୍ସନ ଓ ତତ୍ ସଂକ୍ରାନ୍ତୀୟ ଆର୍ଥିକ ସୁବିଧା ପ୍ରଦାନ ପାଇଁ ପୁର୍ନବି·ର କରି ପ୍ରଣୟନ କରିଥିବା ଆଇନର ପ୍ରତ୍ୟାହାର କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସର୍ବଭାରତୀୟସ୍ତରର ପେନ୍ସନ୍ର ଫେଡେରେସନର ଅର୍ନ୍ତଭୁକ୍ତ ଜିଲ୍ଲା ସଂଘ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମଦନ ମୋହନ ନାୟକ, ଉପେନ୍ଦ୍ର ନାଥ ରାଉତ, ଯୁଧିଷ୍ଠିର ବାରିକ, ପ୍ରତାପ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦେ, ଅରୁଣ ମିତ୍ର, କାଶୀନାଥ ମହାପାତ୍ର, ଚନ୍ଦ୍ରମୋହନ ମହାନ୍ତି, ଆଦିତ୍ୟ ନାୟକ, ରମାକାନ୍ତ ନାୟକ, ବାଇଧର ମହାପାତ୍ର, ରାମଚନ୍ଦ୍ର ସାହୁ, ପୀତବାସ ପାଣି, ପ୍ରଫୁଲ୍ଲ ମଲ୍ଲିକ ଏବଂ ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନୟର ସଂସ୍ଥା କର୍ମକର୍ତ୍ତା ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ବିଦୁ୍ୟତ୍ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ କର୍ମକର୍ତ୍ତା ଇଂ. ସୁରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।