ମୁଖ୍ୟମନ୍ତ୍ରୀଙ୍କୁ ଏନ୍ଏସି ଅଧ୍ୟକ୍ଷାଙ୍କ ଦାବିପତ୍ର 

ଆସିକା  : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଆସିକା ଗସ୍ତ ସମୟରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି  । ଏହି ଦାବିରେ ଆସିକା ଏନ୍ଏସିକୁ ମୁ୍ୟନିସିପାଲିଟି ଘୋଷଣା, ଆସିକା ସହରବାସୀଙ୍କୁ ପଟ୍ଟା ପ୍ରଦାନ, ବିଜୁ ପଟ୍ଟନାୟକ ଛକ ଠାରୁ ପାକଲା ପଲ୍ଲୀ ପର୍ଯ୍ୟନ୍ତ ରିଙ୍ଗ୍ରୋଡ଼ ନିର୍ମାଣ, ଏନ୍ଏସିର ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ବକେୟା ରାଶି ପ୍ରଦାନ ନିମନ୍ତେ ୪ କୋଟି ଆର୍ଥିକ ଅନୁଦାନ, ଆସିକାରେ ମେଡିକାଲ କଲେଜ ପ୍ରତିଷ୍ଠା, ଆସିକା ବସ୍ଷ୍ଟାଣ୍ଡକୁ ଏନ୍ଏସିକୁ ହସ୍ତାନ୍ତର, ଆସିକା ଯୁବ ଗୋଷ୍ଠୀ ପାଇଁ ସରକାରୀ ଆଇଆଇଟି ଓ ବିଟେକ୍ ଡିପ୍ଲୋମା ଡିଗ୍ରୀ କୋର୍ସ ଖୋଲିବା, ବନ୍ୟରୁ ରକ୍ଷା ପାଇଁ ବଡ଼ ନଦୀ ଓ ଋଷିକୁଲ୍ୟା ନଦୀ ସଫେଇ କରିବା, ସହରର ତଳିଆ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି  । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେଡି ନଗର ସଭାପତି ସତ୍ୟ ନାରାୟଣ ସ୍ୱାଇଁଙ୍କ ସହ ବହୁ ବିଜେଡି କାଉନସିଲର ଉପସ୍ଥିତ ଥିଲେ  ।