ଉଠାଦୋକାନୀ ମହାସଂଘର ପ୍ରତିବାଦ ଶୋଭାଯାତ୍ରା
କଟକ: କଟକ ଉଠାଦୋକାନୀ ମହାସଂଘ ଆହ୍ୱାନକ୍ରମେ ଉଚ୍ଛେଦ ନୁହେଁ, ଥଇଥାନ ଓ ସ୍ୱାଭିମାନର ସହ ବ୍ୟବସାୟ କରିବା ଦାବି ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୁରୀଘାଟ ଗାନ୍ଧିଛକ ଠାରୁ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଟକ ପୌରନିଗମ କାର୍ଯ୍ୟାଳୟ ଠାରେ ପହଞ୍ଚଥିଲା । କଟକ ଉଠାଦୋକାନୀ ମହାସଂଘ ସଭାପତି ଆଡ୍ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବାଦାମବାଡ଼ି, ଦୋଳମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ, ମଧୁପାଟଣା, ବଜ୍ରକବାଟି, ମହତବା ରୋଡ଼ ଓ ସିଡ଼ିଏ ପ୍ରଭୃତି ଅଂଚଳରୁ ଶହ ଶହ ରାସ୍ତାପାଶ୍ୱର୍ ଉଠାଦୋକାନୀ ଯୋଗ ଦେଇଥିଲେ । ବାମପନ୍ଥୀ ନେତା ଆଡ଼ଭୋକେଟ ଡ ପ୍ରସାଦ ମିଶ୍ର ଓ ଡ ତପନ ମିଶ୍ର ପ୍ରତିବାଦ ସଭାରେ ଉଦ୍ବୋଧନ ଦେଇଥିଲେ । ୨୦୧୪ ମସିହା ଠାର ରାସ୍ତାପାଶ୍ୱର୍ ଉଠାଦୋକାନୀ ଆଇନ ପାର୍ଲାମେଣ୍ଟରେ ପାସ୍ ହୋଇଥିଲେ ମଧ୍ୟ ଦୀର୍ଘଦିନ ପରେ ମଧ୍ୟ ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ ନ କରିବା ଅତ୍ୟନ୍ତ ଉଦ୍ବେଗର ବିଷୟ ବୋଲି ବକ୍ତାମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାପ୍ରସନ୍ନ ମହାପାତ୍ର, ନିରଞ୍ଜନ ସାହୁ, ରବିନ୍ଦ୍ର ସାହୁ, ନରୋତ୍ତମ ଦାସ, ଛବି ଖୁଣ୍ଟିଆ, ନିତ୍ୟାନନ୍ଦ ନାୟକ, ଶିବ ବେହେରା, ସନ୍ତୋଷ ସାହୁ, ଗୌତମ ଦେ, ରମେଶ ନାୟକ, ରମାକାନ୍ତ ନାୟକ, ଜି ସୁବାରାଓ, ରନôାକର ସାହୁ, ନୈନା ଦେଉରୀ, ନିଳୀମା ଦେବୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଯଦି ଆଇନ ଅନୁସାରେ ଉଠାଦୋକାନୀମାନଙ୍କୁ ନ୍ୟାୟ ନ ମିଳେ ତେବେ କଟକ ସହରକୁ ଅଚଳ କରାଯିବ ବୋଲି ଉଠାଦୋକାନୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଶେଷରେ ଅତିରିକ୍ତ କମିଶନର କଳ୍ପତରୁ ବେହେରା ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହିତ ଆଲୋଚନା କରିବା ପାଇଁ ଏକ ୫ଜଣିଆ ପ୍ରତିନିଧିକୁ ଆମନ୍ତ୍ରଣ କରିଥିଲେ ।