ଅବହେଳିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛି ଏସ୍ବିଆଇ ସଞ୍ଜୀବନୀ

 ଭୁବନେଶ୍ୱର : ଓଡ଼ିଶାରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ଏସ୍ବିଆଇ ସଞ୍ଜୀବନୀ କ୍ଲିନିକ୍ ଅନ୍ ହ୍ୱିଲ୍ । ଚରକ୍ଟକ୍ଟ୍ରକ୍ଷର ଗ୍ଧକ୍ଟ ଚରକ୍ଟକ୍ଟ୍ରକ୍ଷର ଐରବକ୍ଷଗ୍ଧଷ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ (ପିପିଏଚ୍ଏଫ୍) ସହିତ ମିଳିତ ଭାବେ ଏସ୍ବିଆଇ ଫାଉଣ୍ଡେସନ୍ ରାଜ୍ୟର ବିଭିନ୍ନ ଅବହେଳିତ ସମ୍ପ୍ରଦାୟ ନିକଟରେ ପହଞ୍ଚô ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି । ବଲାଙ୍ଗୀର, ଢେଙ୍କାନାଳ ଏବଂ ନୂଆପଡ଼ା ଜିଲ୍ଲାର ୬୦ଟି ଦୁର୍ଗମ ଗାଁରେ ଏହି ଫାଉଣ୍ଡେସନ୍ ନିଜର ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଜାରି ରଖିଛି । ପ୍ରତ୍ୟେକ ମୋବାଇଲ୍ ୟୁନିଟ୍ (ଜଣେ ଡାକ୍ତର, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ୍, ସହାୟକ ନର୍ସ ମିଡ୍ୱାଇଫ/ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଡ୍ରାଇଭର-କମ୍-ଆଟେଣ୍ଡାଣ୍ଟ) ଗାଁ ଗାଁ ବୁଲି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଉଛି । ତେବେ ପ୍ରଥମ ବର୍ଷରେ ଫାଉଣ୍ଡେସନ୍ ପକ୍ଷରୁ ୧,୫୯୦ଟି ମୋବାଇଲ୍ ଓପିଡି ସେସନ୍ କରାଯାଇଥିବା ବେଳେ ୩୫,୬୭୨ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୫୯% ରୋଗୀ ମହିଳା ଥିବା ବେଳେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟସେବାକୁ ଉପରେ ବିଶ୍ୱାସ ପ୍ରଦର୍ଶନ କରିଥିଲେ । ସେହିପରି ୨,୬୯୬ଟି ପ୍ରସବ ପୂର୍ବବର୍ତ୍ତୀ ଯାଞ୍ଚ କରାଯାଇଥିଲା । ସଚେତନତା ଶିବିର ମାଧ୍ୟମରେ ୭,୭୦୩ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲେ ମେଡିକାଲ୍ ଟିମ୍ । ୧୨,୯୯୦ ରୁ ଅଧିକ ପାଥୋଲାବ୍ ପରୀକ୍ଷା କରାଯାଇଥିଲା । ସହଯୋଗୀ-ସହଭାଗୀତା ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ କିପରି ଉନ୍ନତ କରିବା, ଅସମାନତା ହ୍ରାସ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ସୃଷ୍ଟି କରାଯାଇ ପାରିବ ତା’ର ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି ‘ଏସ୍ବିଆଇ ସଞ୍ଜିବନୀ କ୍ଲିନିକ୍ ଅନ୍ ହ୍ୱିଲ୍ସ ।’