କଲେଜ ପରିଚୟପତ୍ର ଦ୍ୱାରା ମଦବିକ୍ରିକୁ ବିରୋଧ : ନିଅନଲାଇଟ ବାର ବନ୍ଦ କରିବା ସହ ଗିରଫ ଦାବି

କଲେଜ ପରିଚୟପତ୍ର ଦ୍ୱାରା ମଦବିକ୍ରିକୁ ବିରୋଧ : ନିଅନଲାଇଟ ବାର ବନ୍ଦ କରିବା ସହ ଗିରଫ ଦାବି

ଭୁବନେଶ୍ୱର : ପଟିଆର ନିଅନ ଲାଇଟ  ବାର୍‌  କଲେଜ ପିଲାଙ୍କୁ ବେଆଇନ ଭାବରେ  କଲେଜ ପରିଚୟପତ୍ର ଦେଖାଇଲେ ହିଁ ରିହାତିରେ ମଦ୍ୟପାନ କରିବାକୁ ପ୍ରୋତ୍ସାହିତ ଓ ପ୍ରଲୋଭିତ କରିବା ଭଳି ଗୁରୁତର ଅପରାଧ ବିରୁଦ୍ଧରେ ତୁରନ୍ତ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି ପୁଲିସ କମିଶନରଙ୍କୁ ଭେଟିଛି ଓଡିଶା ଅଭିଭାବଜ ମହାସଂଘ । ମହାସଂଘର ସଭାପତି ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ ଓ ବେଟି ବଚାଓ ଅଭିଯାନର ସମ୍ପାଦକ ସୂର୍ଯ୍ୟାସ୍ମିତା ପଣ୍ଡା, ସୁଶାନ୍ତ ରାଜପୁତ, ପ୍ରଦ୍ୟୁମ୍ନ ଗୌଡ଼ ଏକ୍ସାଇଜ ଓ ଜୁବେନାଇଲ ଜଷ୍ଟିସ ଆଇନର ଘୋର ଉଲ୍ଲଂଘନ ହେତୁ ବାର ଲାଇସେନ୍ସ ବାତିଲ ଏବଂ ଗିରଫ ସହ କଠିନ ଦଣ୍ଡ ବିଧାନ ପାଇଁ ଦୃଢ ଦାବି କରିଛନ୍ତି । ନିଅନ ବାର କଲେଜ ଆଇ କାର୍ଡରେ ୩୦-୫୦% ରିହାତିରେ ମଦ ପାଉଥିବା ଅନେକ ଛାତ୍ର ଛାତ୍ରୀଙ୍କ ବୟସ ୨୧ ବର୍ଷରୁ କମ୍‌ ଏବଂ କେତେକ ପ୍ରଥମ ବର୍ଷର ଡିଗ୍ରୀ ଓ +୨ ବିଦ୍ୟାର୍ଥୀ ।

     ସେହି ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ଥିବାରୁ  ଜାଣିଶୁଣି ନିରୀହ କଲେଜ ଛାତ୍ରମାନଙ୍କୁ ଟାର୍ଗେଟ କରୁଛନ୍ତି । ଶସ୍ତା ମଦ ପ୍ରଦାନ କରି ସେମାନଙ୍କୁ ଭାବପ୍ରବଣ ଭାବରେ ପ୍ରଲୋଭିତ କରି ନିୟମିତ ମଦ୍ୟପାନ କରିବାକୁ ଏକ ପ୍ରକାର ପ୍ରବର୍ତ୍ତାଉଛନ୍ତି । ଯୁବପିଢ଼ିଙ୍କ ମଧ୍ୟରେ ନିୟମିତ ମଦ୍ୟପାନର ଅଭ୍ୟାସ ସହ ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି । ଯହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷାଗତ କ୍ୟାରିୟର ଏବଂ ଭବିଷ୍ୟତକୁ ନଷ୍ଟ କରିବା ସହିତ ଅଭିଭାବକ ମାନଙ୍କ ପାରିବାରିକ ଅଶାନ୍ତି ପାଇଁ ପଥ ପରିଷ୍କାର କରୁଛନ୍ତି । ୨୦୧୪ର ଏକ୍ସାଇଜ ନିୟମ ୩୩ ଏବଂ ୩୪ ଅନୁଯାଇ ୨୧ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ମଦ ବିକ୍ରୟ ସମ୍ପୂର୍ଣ ନିଷେଧ । ଜୁବେନାଇଲ ଜଷ୍ଟିସ ଆଇନ, ୨୦୧୫ର ଧାରା ୭୭ ଏବଂ ୭୮ ନାବାଳକଙ୍କୁ ମାଦକ ଦ୍ରବ୍ୟ ଦେବା ବିଏନଏସ ଧରା ୧୦୯ ଅପରାଧକୁ ପ୍ରୋତ୍ସାହନ । ଭାରତୀୟ ସମ୍ବିଧାନର ଧାରା ୨୧ ଏବଂ ୪୭ ରେ ବଞ୍ଚିବା ଅଧିକାର ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମାଦକ ପାନୀୟ ସେବନ ନିଷେଧ କରିବା ରାଷ୍ଟ୍ରର ଦାୟିତ୍ୱ କ୍ଷବାର ଉପରେ ଚଢାଉ କରି ରିହାତି ଦେଇଥିବା ସମସ୍ତ କଲେଜ ପରିଚୟପତ୍ରର ଦସ୍ତାବିଜ ଜବତ କରିବା ସହ ମଦ୍ୟପାନ କରୁଥିବା ଛାତ୍ରଙ୍କ ବୟସ ଯାଞ୍ଚ କରିବା,ବାର ଲାଇସେନ୍ସକୁ ବାତିଲ ସହ ଉଦାହରଣୀୟ ଜରିମାନା ଆଦାୟ ପାଇଁ ଦାବୀ କରିଛି ମହାସଂଘ । ଟ୍ୱିନସିଟିର ସମସ୍ତ ବାର, ରେଷ୍ଟୁରାଣ୍ଟ ଏବଂ ମଦ ଦୋକାନରେ ଆଧାରକାର୍ଡ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହିତ କଲେଜ ପିଲାଙ୍କୁ  ରିହାତି ମଦ ଯୋଜନାକୁ ନିଷେଧ ପାଇଁ ସ୍ୱତନ୍ତ୍ର ସରକୁଲାର ଜାରି ପାଇଁ ମଧ୍ୟ ପୁଲିସ କମିଶନରଙ୍କୁ ଦାବୀ କରିଛି ମହାସଙ୍ଘ ।