ଅବ୍ୟବସ୍ଥା ଘେରରେ ବାଙ୍କୀ ଉପଖଣ୍ଡ ଚିକିସôାଳୟ
ବହୁ ବର୍ଷ ଲାଗିରହିଥିବା ସମସ୍ୟାକୁ ଆଜି ପର୍ଯ୍ୟନ୍ତ ସମାଧାନ କରିପାରୁନି ବାଙ୍କୀ ପ୍ରଶାସନ । ଦୀର୍ଘ ଦିନ ଦାବି ହୋଇଆସୁଛି ଉପଖଣ୍ଡ ଚିକିସôାଳୟରେ ଡାକ୍ତର ଅଭାବ ଏବଂ ଆସୁଥିବା ମେଡ଼ିସିନ କିଭଳି ବାଟ ମାରଣା କରାଯାଉଛି ସେ ଦିଗରେ ଦୃଷ୍ଟି ଦେବାପାଇଁ । କିନ୍ତୁ ବାଡ଼ ଏଠି ନିଜେ ଫସଲ ଖାଉଛି । ଛୋଟ ମୋଟ ଦୁର୍ଘଟଣା ଟିଏ ହେଲେ ବି ପ୍ରାଥମିକ ଚିକିସôା ପାଇଁ ଗଜ୍ କପଡା କି ତୁଳା ମିଳୁନି ବାଙ୍କୀ ଚିକିସôାଳୟରେ । କୁକୁର କାମୁଡା କିମ୍ବା ସାପ କାମୁଡା ଇଞ୍ଜେକ୍ସନ ଉପଖଣ୍ଡ ଚିକିସôାଳୟରେ ମିଳିବା ସାତ ସପନ । ରକ୍ତ ଭଣ୍ଡାର ଗୃହ ଉଦଘାଟନ ଯେଉଁଦିନ ହୋଇଥିଲା ସେହିଦିନ ଠାରୁ ତାଲା ପଡି ଭୂତ କୋଠୀରେ ପରିଣତ ହୋଇସାରିଲାଣି । ସାଧାରଣ ଲୋକଟିଏ ଯେଉଁ ଭଳି ଅସୁବିଧାର ସମ୍ମୁଖୀନ ହେଉଛି ତାହା ନକହିଲେ ଭଲ । ସାଧାରଣ ଲୋକଙ୍କ ପାଇଁ ସରକାର ଯୋଗାଣ କରୁଥିବା ନିରାମୟ ଯୋଜନାରେ ଯେଉଁ ଔଷଧ ଆସୁଛି ତାହାକୁ ବାଟମାରଣା କରି ବାହାରୁ ଔଷଧ ଆଣିବାକୁ ବାଧ୍ୟ କରୁଛନ୍ତି କର୍ତ୍ତୃପକ୍ଷ । ସାଂସଦଙ୍କ ପକ୍ଷରୁ ଗୋଟିଏ ମହାପ୍ରୟାଣ ଗାଡି ଚିକିସôାଳୟକୁ ଯୋଗାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଗାଡି କୋଉଠି ଅଛି କର୍ତ୍ତୃପକ୍ଷଙ୍କ ପାଖରେ ଖବର ନାହିଁ । ଏଥିପ୍ରତି ଦୃଷ୍ଟି ଦେବାପାଇଁ ବାରମ୍ବାର ଖବର ପ୍ରସାରଣ କରାଯାଉଥିଲେ ସୁଦ୍ଧା ପ୍ରଶାସନ ବୁଝୁଛି ନା ନେତୃତ୍ୱଙ୍କ ଦୃଷ୍ଟି ପଡୁଛି । କେବେ ସୁଧୁରିବ ଏହି ଚିକିସôାଳୟ ତହା ଦେଖିବାକୁ ବାକି ରହିଲା । ବାରମ୍ବାର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବା ଆଲୋଚନାର ବିଷୟ ପାଲଟିଛି ।