ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କି୍ରକେଟ୍ ଟୁର୍ଣ୍ଣାମେଣ୍ଟ : ଶେଷ ଲିଗ୍ରେ ସ୍ୱପିଲ ରଣା ମ୍ୟାନ ଅଫ ଦି ମ୍ୟାଚ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ । ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ ହୋଇଯାଇଥିଲେ । ଫଳରେ ଏଥିରେ ସ୍କୁଲ-ଡି ୯ଉଇକେଟରେ ବିଜୟୀ ହୋଇଛି ।  ସ୍କୁଲ-ଡି ଦଳର ସ୍ୱପିଲ ରଣା ବ୍ୟାଟିଂ କରି ୨୬ବଲରେ ୨ଟି ଚୌକା ସହ ୧୫ରନ କରିଥିବା ବେଳେ ୬.୫ଓଭର ବୋଲିଂ କରି ୧ଟି ମେଡେନ ସହ ୧୫ରନ ଦେଇ ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ । ସେହିପରି ଶୁଭମ ମହାରଣା ମ୍ୟାନ ଅଫ ସିରିଜ ହୋଇଥିଲେ । ଅତିଥି ଭାବେ ସେକ ସଇଫୁଲ୍ଲା ଓ ଅକିଲ ଅହମଦ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସ୍ୱପିଲଙ୍କୁ ଓ ମ୍ୟାନ ଅଫ ଦି ସିରିଜ ହୋଇଥିବା ଶୁଭମଙ୍କୁ ଟ୍ରଫି ପ୍ରଦାନ କରିଥିଲେ । କଲିକତାରର ବିଶ୍ୱାସ ସ୍ପୋର୍ସ ପକ୍ଷରୁ ମ୍ୟାନ ଅଫ ଦି ସିରିଜ ହୋଇଥିବା ବିଜେତାକୁ ବ୍ୟାଟ ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ରାଜେଶ ପାତ୍ର ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବୀ ବଳ କାର୍ଯ୍ୟ ତୁଲାଇଥିବା ବେଳେ ବରଦା କାନ୍ତ ବରାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ  ଆକବର ଅଲ୍ଲୀ ଖାଁ, ସମିର କୁମାର ମହାପାତ୍ର, ଅସିତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।