ଚିନ୍ତାରେ ବଢାଉଛି ବଳକା ବାସୀ ଖାଦ୍ୟ
ାା ପ୍ରଭାନୁ୍ୟଜ୍ାା ତାଳଚେର,: ଚିନ୍ତାରେ ପକାଇବ ଯାତ୍ରା ଗହଳିର ଦୂଷିତ ପାଇପ୍ ପାଣି, ହୋଟେଲ୍ ଫାଷ୍ଟଫୁଡ଼୍ ଓ ଅଧିକାଂଶ ମିଠା ଦୋକାନ ଗୁଡ଼ିକରେ ବାସୀଖାଦ୍ୟ ଲୋକଙ୍କ ଚିନ୍ତା ବଢ଼ାଉଥିବା ବେଳେ ଏହି ବାସୀଖାଦ୍ୟ ଖାଇ ବହୁ ଲୋକ ପେଟରୋଗ ଓ ଚର୍ମରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବୋଲି ସାଧାରଣ ଲୋକମାନେ ଚିନ୍ତା ପ୍ରକଟ କରୁଛନ୍ତି । ସାଧାରଣତଃ ମଶା, ମାଛି, ଡ଼ାଉଁଶ ବର୍ଷା ଦିନ ଆସିଲେ ଏମାନଙ୍କ ଦ୍ୱାରା ଝାଡ଼ାବାନ୍ତିର ରୋଗ ବ୍ୟାପୀଥାଏ ବୋଲି ଶୁଣିବାକୁ ମିଳେ । ତେବେ ଲୋକଙ୍କ ପାଖରେ ଯେପରି ବିଶୁଦ୍ଧ ପାଇପ୍ ପାଣି ପଂହଚି ପାରିବ ସେ ଦିଗରେ ଦୃଷ୍ଟି ଦିଆଯାଉ, ଏବଂ ସହରରେ ଥିବା ପିଏଚଡ଼ି ପାଣି ବିଶୋଧନା ଗାରରେ ଫିଟିକିରି, ଆଲମ ଓ ବ୍ଲିଚିଙ୍ଗ ପକାଇବାକୁ ସାଧାରଣରେ ଦାବି ହେଉଛି । ସେହିପରି ପ୍ରଶାସନ ସନିକ ସ୍ତରରେ ଏହାକୁ ନେଇ ଏକ ବୈଠକ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଯାତ୍ରା ଗହଳିର ବାସି ଖାଦ୍ୟ ଉପରେ ପଦକ୍ଷେପ ନିଆଯାଇ କଡ଼ାକଡ଼ି ପଦକ୍ଷେପ ଏଦିଗରେ ଗ୍ରହଣ କରାଯାଉ । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅଂଚଳରେ ଥିବା ଅଧିକାଂଶ ହୋଟେଲମାନଙ୍କରେ ପୂର୍ବଦିନର ବଳକା ଖାଦ୍ୟ ଫି୍ରଜରେ ରଖି ପରଦିନ ଗ୍ରାହକମାନଙ୍କୁ ଏହି ଖାଦ୍ୟ ଦିଆଯାଉଥିବା ଉପରେ କଡ଼ା ଆଭିମୁଖ୍ୟ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ସେହିଭଳି କେତେକ ସ୍ଥାନରେ ରାସ୍ତା ପାଶ୍ୱର୍ରେ ଫାଷ୍ଟଫୁଡ଼୍ ଦୋକାନ ଖୋଲି ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଖାଦ୍ୟକୁ ଆକର୍ଷିତ କରିବାକୁ ବିଭିନ୍ନ ରଙ୍ଗ ମିଶ୍ରଣ କରାଯାଉଥିବା ବେଳେ ବହୁ ଫାଷ୍ଟଫୁଡ଼୍ ଦୋକାନରେ ମଧ୍ୟ ବାସୀଖାଦ୍ୟ ଦିଆଯାଉଛି ବୋଲି କୁହାଯାଉଛି । ସେହିପରି କେତେକ ମିଠା ଦୋକାନରେ ଏହି ଘଟଣାମାନ ଦେଖିବାକୁ ମିଳୁଛି । ଫଳରେ ଲୋକମାନେ ଏହି ଖାଦ୍ୟଖାଇ ରୋଗାକ୍ରାନ୍ତ ହେବାର ଆଶଙ୍କା ଦୃଢ଼ୀଭୂତ କରୁଛି । ସରକାରୀ ନିୟମ ଅନୁଯାୟୀ ମିଠା ପ୍ରସ୍ତୁତକାରୀ ସଂସ୍ଥା ମିଠା ପ୍ରସ୍ତୁତକରି ଉକ୍ତ ମିଠାପ୍ୟାକେଟରେ ତାରିଖ ଏବଂ ବ୍ୟବହାର ର ଶେଷଦିନ ଲେଖିବାର ନିମୟ ଥିଲେ ମଧ୍ୟ କେହି ହେଲେ ଏହି ନିୟମକୁ ପାଳନ କରୁନାହାନ୍ତି । ସେହିପରି ରାସ୍ତା ପାଶ୍ୱର୍ରେ ଥିବା କିଛି ଜଳଖିଆ ବ୍ୟବସାୟୀ ସକାଳର ଜଳଖିଆ ସନ୍ଧ୍ୟାରେ ଏବଂ ରାତିର ବଳକା ଜଳଖିଆ ସକାଳେ ବିକ୍ରୟ କରୁଥିବା ମଧ୍ୟ ଅଂଚଳବାସୀଙ୍କ ନିକଟରୁ ଶୁଣିବାକୁ ମିଳେ । ଗୁପ୍ଚୁପ୍, ଠେଲାଗାଡ଼ି ଯୋଗେ ଚାର୍ଟ, ତେଲଭାଜି ବିଭିନ୍ନ ମନୋଲୋଭଣିଆ ବାସୀଖାଦ୍ୟ ବିକି୍ର କରାଯାଉଥିବା ମଧ୍ୟ କେତେକ ସମୟରେ ଅଭିଯୋଗ ହେଉଛି । ଖାଦ୍ୟ ସୁରକ୍ଷା ବିଭାଗ ଯାତ୍ରା ଗହଳି ଓ ବର୍ଷାଋତୁକୁ ଦୃଷ୍ଟି ଦେଇ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାସୀଖାଦ୍ୟ ବିକ୍ରୟ କରୁଥିବା ଦୋକାନୀଙ୍କ ଠାରୁ ଜୋରିମନା ଆଦାୟ କରାଗଲେ ହୁଏତ ଏହାର ଏହାର ବିକି୍ର କମିଯିବା ସହ ଜନସାଧାରଣ ସତର୍କତା ଅବଲମ୍ବନ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।