କାଉନସିଲରଙ୍କ ଜନ୍ମଦିନରେ ୧୧୦ ୟୁନିଟ ରକ୍ତ ସଂଗ୍ରହ
ବ୍ୟାସନଗର : ପୌରାଞ୍ଚଳ ୧୪ନଂ କାଉନସିଲର ସିଦ୍ଧାର୍ଥ ସାମଲଙ୍କ ଜନ୍ମଦିନରେ ଯାଜପୁର ରୋଡ଼ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୧୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ବ୍ୟାସନଗର ପୈାରପାଳ ସୁବାସ ବଳ, ଯାଜପୁର ପ୍ରାକ୍ତନ ପୈାରପାଳ ଭବ ପ୍ରସାଦ ଦାସ, ବ୍ୟାସନଗର କାଉନସିଲର ବିଜୟ ଜେନା, ଶିବାନନ୍ଦ ନାୟକ, କୁନି ହାସଁଦା,ସନ୍ତୋଷ ବରାଳ, ପାର୍ଥ ସାରଥୀ ନାୟକ, ଦିଲୀପ ସେଠୀ, ବିଜେଡ଼ି ଜିଲା ସଭାନେତ୍ରୀ ସବିତା ରାଉତ, ନଗର ସଭାପତି ଅମୂଲ୍ୟ ନାୟକ, ମହେଶ ଧଳ, ମନୋଜ ରାଉତ,ତପସ୍ୱିନୀ ଶତପଥୀ, ପ୍ରଭାତ ସାହୁ, ମନୋଜ ପରିଡ଼ା, ବିକାଶ ଆଏଚ, ପ୍ରଶାନ୍ତ ଖୁଂଟିଆ, ରୋମ୍ୟରଂଜନ ପୁହାଣଙ୍କ ବହୁ ଯୁବକ ଏବଂ ଶୁଭେଚ୍ଛୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉସôାହିତ କରିଥିଲେ । ରେଡ଼କ୍ରସରୁ ସମ୍ବିତ ମଲିକ, ସର୍ମିଶା ଖଟୋଇ, ସନ୍ଧ୍ୟାରାଣୀ ଭୁୂତିଆ, ସୁଶ୍ମିତା ଦେ, ନିରଂଜନ ଜେନାଙ୍କ ସହ ସ୍ୱେଚ୍ଛାସେବୀ ରାଜେଶ ରାଉ ଏବଂ ପ୍ରକାଶ ଜେନା ପ୍ରମୁଖ ଶିବିର ପରିଚାଳନା କରିଥିଲେ ।