ଶିକ୍ଷା ସଚିବଙ୍କୁ ଜବାବ ମାଗିଲେ ମାନବାଧିକାର ଆୟୋଗ

 ଭୁବନେଶ୍ୱର : ଭୁବନେଶ୍ୱର ମୁ୍ୟନିସିପାଲଟି ଶିକ୍ଷା ମଣ୍ଡଳ ନିମନ୍ତେ ସ୍ଥାୟୀ ଶିକ୍ଷା ଅଧିକାରୀଙ୍କ ନିଯୁକ୍ତି ନିମନ୍ତେ ୨୦୨୨ ମସିହାରୁ ନିଦେ୍ର୍ଦଶ ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରାଯାଉଥିଲା  । ଏ ସମ୍ବନ୍ଧରେ ଶିକ୍ଷା ସଚିବ, ଭୁବନେଶ୍ୱର ମେୟର୍ଙ୍କୁ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା  । ଫେଡେରେସନ୍ ସଭାପତି ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏହି ଅବ୍ୟବସ୍ଥାକୁ ନେଇ  ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ  । ଯାହାର ପ୍ରାଥମିକ ଶୁଣାଣି କରି ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଜାହାରି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ବୋଲି ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଓଡ଼ିଶାର ୩୧୪ ବ୍ଲକ୍ରେ  ୬୦୦୦ରୁ ଉର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟ ଥିବା  ଭୁବନେଶ୍ୱର ମୁ୍ୟନିସିପାଲିଟିରେ ଥିବା ବେସରକାରୀ ବିଦ୍ୟାଳୟ ସଂଖ୍ୟା ହେଉଛି ୪୦୦ରୁ ଉର୍ଦ୍ଧ୍ୱ ଯାହାକି ପରିସଂଖ୍ୟାନ ଅନୁଯାୟୀ ମାତ୍ରାଧିକ  । ଏପରିକି ଭୁବନେଶ୍ୱରର ବିଦ୍ୟାଳୟ ସଂଖ୍ୟା ଅଧିକ ଫଳରେ ଅଫିସ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି  । ଏହାକୁ ଦୃଷ୍ଟିରେ ରଖି ୨୦୨୨ ମସିହାରେ ଗଣଶିକ୍ଷା ବିଭାଗ ତରଫରୁ ଏକ ନିଦେ୍ର୍ଦଶାନାମା ଜାରି କରାଯାଇ  ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ତରୀୟ ଜଣେ ଅଧିକାରୀଙ୍କୁ ପୌରାଞ୍ଚଳ ଶିକ୍ଷାଧିକାରୀ ରୁପେ ନିଯୁକ୍ତି ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା  । କିନ୍ତୁ ଅଦ୍ୟାବଧି କୌଣସିଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ ଫଳରେ ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ଯେକୌଣସି କାର୍ଯ୍ୟପାଇଁ ୩୦ କିଲୋମିଟର ଦୁରରେ ଥିବା ଖୋର୍ଦ୍ଧା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଛି, ତେଣୁ ତୁରନ୍ତ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ରଖାଯାଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଫେଡେରେସନ୍ ଉପସଭାପତି ସ୍ୱପ୍ନେନ୍ଦୁ ସାମନ୍ତରାୟ, ଉପଦେଷ୍ଟା ନିର୍ମଳ ରାଉତ, ସମ୍ପାଦକ ନାଗାର୍ଜୁନ ସେଠୀ, ରମେଶ ଭାରତୀ ଏବଂ ସଞ୍ଜୟ ମହାନ୍ତି  ।