ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଉଦଘାଟିତ 

ଖୋର୍ଦ୍ଧା: ସ୍ଥାନୀୟ ଶ୍ରୀରାମ ନଗର (ଟେଲିଫୋନ ଅଫିସ ନିକଟ)ଠାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଶ୍ରୀ ଜଗଦେ୍ଦବ ହୋମ, ଯଜ୍ଞ ଓ ପୂଜାପାଠ କରିବା ପରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ  । ଏହି ଅବସରରେ ଶତାଧିକ ଲୋକଙ୍କୁ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ବିଧାୟକ ବଣ୍ଟନ କରିଥିଲେ  । ତେବେ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପ୍ରତ୍ୟେକ ଦିନ ଖୋଲା ରହିବା ସହ ସପ୍ତାହକୁ ତିନି ଦିନ ବିଧାୟକ ନିଜେ ଉପସ୍ଥିତ ରହି ଲୋକଙ୍କ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଶୁଣି, ସମାଧାନ କରିବେ ବୋଲି କୁହାଯାଇଛି  । ଶେଷରେ ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଓଡ଼ିଶା ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସମସ୍ତଙ୍କ ପାଇଁ ପଣା ଓ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା  ।