ପେଟ୍ରୋଲ ପମ୍ପରୁ ଡକାୟତି କରିବା ଯୋଜନା ପଣ୍ଡ, ୪ ଗିରଫ
ଖୋର୍ଦ୍ଧା: ରୋଡ ରୋବୋରୀ ଡକାୟତି ପରି ସଂଗୀନ ଅପରାଧରେ ସମ୍ପୃକ୍ତ ଥିବା ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ଧରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇଥିବା ବେଳେ, ବିଭିନ୍ନ ଅଂଚଳରେ ଯାଞ୍ଚ କରୁଛି । ତେବେ ବିଶେଷ ସୂତ୍ରରୁ ଜିଲ୍ଲାପୁଲିସ ପାଖରେ ଖବର ପଂହଁଚିଥିଲା ଯେ, ସଦର ଥାନା ଅଧିନ ଦଧିମାଛଗଡିଆ ଖେଳ ପଡ଼ିଆରେ ଏକ ଡକାୟତି ଦଳ ଡକାୟତ କରିବା ପାଇଁ ଯୋଜନା କରୁଛନ୍ତି । ଯାହାର ଖବର ପାଇବା ମାତ୍ରେ ଏସ୍ପି ସାଗରିକ ନାଥଙ୍କ ନିଦେ୍ର୍ଦଶରେ ସଦର ପୁଲିସର ଏକ ଟିମ୍ ଦେବସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠନ ହୋଥିଲା । ଏବଂ ଅନ୍ୟ କର୍ମଚାରୀଙ୍କ ସହିତ କଥିତ ସ୍ଥାନ ଦଧିମାଛଗଡିଆ ଖେଳ ପଡ଼ିଆକୁ ଯାଇ ସେଠାରେ ଏକତ୍ରିତ ହୋଇ ରାମେଶ୍ୱର ଏବଂ ଟାଙ୍ଗୀ ଅଞ୍ଚଳର ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ଦଳ ଉପରେ ପୁଲିସ ମାଡି ବସିଥିଲା । ଘଟଣା ସ୍ଥଳରୁ ୪ ଜଣକୁ ଗିରଫ କରି ଥିବା ବେଳେ, ଜଣେ ଘଟଣା ସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲା । ଏହି ଡକାୟତି ଦଳ ଡକାୟତ କରିବା ପରେ ଏନ ଏଚ-୨୩ରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଖସିଯିବା ପାଇଁ ପ୍ରସ୍ତୁତ କରିଥିଲେ । ଗିରଫ ସମୟରେ ତାଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ୪ ଟି ଦେଶୀ ନିର୍ମିତ ପିସ୍ତଲ ଯାହାକି ସେମି ଅଟୋମେଟିକ୍ ପିସ୍ତଲ, ମ୍ୟାଗାଜିନରେ ଜୀବନ୍ତ ଗୁଳି ଭର୍ତ୍ତି ଥିବା ତିନି ଟି ଲୁହା ରଡ୍ ଏବଂ ଦୁଇଟି ପ୍ୟାକେଟ ଲାଲ ଲଙ୍କା ପାଉଡର ସମେତ ଗୋଟିଏ ସ୍କୁଟି ଜବତ କରିଛି । ତେବେ ଗିରଫ ହୋଇଥିବା ଡକାୟତି ମାନକ ନାମକୁ ପୁଲିସ ଗୋପନ ରଖିଥିବା ବେଳେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ପଲ୍ଲା ଅଞ୍ଚଳର ଯୁବକ ଯାହାଙ୍କ ବୟଷ ୨୫ ବର୍ଷ ହେବ । ଏବଂ ସଦର ଥାନା ଅଧୀନର କଦଳୀ ବାଡ଼ି ଅଂଚଳର ୩୪ ବର୍ଷିଅ ଯୁବକ ହୋଇଥିବା ବେଳେ, ଅନ୍ୟଜଣେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ବକ୍ସି ଲେନର ଏବଂ ଅନ୍ୟଜଣେ ନୟାପଲ୍ଲୀ, ଥାନା ମଡେଲ ଜିଲ୍ଲା ଖୋର୍ଦ୍ଧାର ୩୩ ବର୍ଷ ବୟସର ଯୁବକ ବୋଲି ଏସ୍ପି ସାଗରିକ ନାଥ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ଏହି ଚାରିଜଣ ଡକାୟତଙ୍କ ନାମରେ ସଦର ଥାନା ପୁଲିସ ମାମଲା ରୁଜୁ କରି ଚାରିଜଣଙ୍କୁ କୋର୍ଟ ଚାଲାଣ କରିଛି ।