ଅଭିଯୋଗ ଶୁଣାଣି ଶିବିର
ବରୀ : ବରୀ ବ୍ଲକ ମଧୁସୁଦନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ଅସିତ କୁମାର ମହାନ୍ତି, ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି, ସ୍ଥାନୀୟ ସରପଞ୍ଚ ସୁଚିତା ମଲ୍ଲିକ, ଏପିଓ ରବି ନାରୟଣ ବେହେରା, ବରୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ଉଦ୍ୟାନ ସାଥୀ ଜତିଶ ଚନ୍ଦ୍ର ସାମଲ, କନିଷ୍ଠଯନ୍ତ୍ରୀ ଜଗନ୍ନାଥ ମାଝୀ, ଗ୍ରାମ୍ୟ ପାନୀୟ ଜଳର କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ପଣ୍ଡା, ସମାଜମଙ୍ଗଳ ଅଧିକାରୀ ଭାଗ୍ୟଶ୍ରୀ ଥାଟେଇ, ସ୍ୱଚ୍ଛ ଭାରତ ବ୍ଲକ ସଂଯୋଜିକା ଚିନ୍ମୟୀ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ରୁପାଳି ପଣ୍ଡା, ଅଙ୍ଗନବାଡି ସୁପରଭାଇଜର ମଲ୍ଲିକା ପରିଡା, ପ୍ରାଣୀଧନ ନିରୀକ୍ଷକ ଶୁଭଙ୍କର ସାମଲ, ପିଓ ହରେକୃଷ୍ଣ ପଣ୍ଡା, ଏଡିଓ ଅନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଜି ମୋଟ ୩୯ଟି ଅଭିଯୋଗ ହେଇଥିବା ଜିପିଓ ଲଷ୍ମୀକାନ୍ତ ମହାରଣା ସୂଚନା ଦେଇଛନ୍ତି ।