ଇଫ୍କୋ ପକ୍ଷରୁ ହ୍ୱିଲ ଚେୟାର ପ୍ରଦାନ
ପାରାଦୀପ : ଇଫ୍କୋ ପାରାଦ୍ୱୀପ ୟୁନିଟ ପକ୍ଷରୁ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମେଡ଼ିସିନ ବିଭାଗକୁ ୨୫ଗୋଟି ହ୍ୱିଲ ଚେୟାର ପ୍ରଦାନ କରାଯାଇଛି । ଏସ୍ସିବି ମେଡିକାଲ ନିଉ ମେଡିସିନ ବିଭାଗ ପରିସରରେ ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧକ୍ଷା ପ୍ରଫେସର ଡା ଲୁସି ଦାସ, ଇଫ୍କୋ ପାରାଦ୍ୱୀପ ୟୁନିଟର ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର, ସ୍ନାୟୁ ରୋଗ ବିଭାଗୀୟ ମୁଖ୍ୟ ଡା ଅଶୋକ କୁମାର ମଲ୍ଲିକ, ଇଫ୍କୋ ପାରାଦ୍ୱୀପର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେହୁରା ଭାରତ ମସଲାର ଅଧକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଓ କଣ୍ଠ ଶିଳ୍ପୀ ହୁମାନ ସାଗର ପ୍ରମୁଖ ଉପସ୍ଥିତ ରହି ମେଡ଼ିସିନ ବିଭାଗର ପ୍ରତ୍ୟେକ ୟୁନିଟକୁ ହୁଇଲ ଚେୟାର ପ୍ରଦାନ କରିଥିଲେ । ଏହି ଅବସରରେ ମେଡ଼ିସିନର ୭ଟି ୟୁନିଟ, ମେଡ଼ିସିନ ବର୍ହି ବିଭାଗ, ଆଇସିୟୁ, ଆଶୁ ଚିକିତ୍ସା ବିଭାଗ, ମେଡ଼ିସିନ କ୍ୟାବିନ୍ ଓ ଡାଇରିଆ ଇତ୍ୟାଦି ୱାର୍ଡର ସେବିକାମାନଙ୍କୁ ହ୍ୱିଲ ଚେୟାରଗୁଡିକୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ ସାହୁ, ସୀତାଂଶୁ ଶେଖର ଦାସ ପ୍ରଭାତ ବେହେରା ଓ ଦିବ୍ୟ ରଞ୍ଜନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।