ଅରବିନ୍ଦ ସଭାପତି ଓ ପବିତ୍ର ସମ୍ପାଦକ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସଂସ୍କୃତି ଭବନ ରେ ଜିଲ୍ଲା ଯୋଗ ଗୁରୁ ସଂଘ, ନୂଆପଡ଼ା ଗଠିତ ହୋଇଛି । ଯୋଗା ଗୁରୁ ଅରବିନ୍ଦ ବେହେରା ସଭାପତି ରୂପେ ମନୋନୀତ ହୋଇଥିବା ବେଳେ, ନୂଆପଡା ପବିତ୍ର ଦଣ୍ଡସେନା ସମ୍ପାଦକ ମନୋନୀତ ହୋଇଛନ୍ତି । ଉପସଭାପତି ଭାବେ ନିହାର ରଞ୍ଜନ ଯୋଷୀ, ଯୁଗ୍ମ ସମ୍ପାଦକ ଯଜ୍ଞସିନୀ ନାଏକ ରୁପେ କୋଷାଧ୍ୟକ୍ଷ ଅନୁରାଗ ବାଗ ରୂପେ ମନୋନୀତ ହୋଇନ୍ତି । ମୋଟ ୧୧ ଜଣିଆ କାର୍ଯ୍ୟକାରୀ ସଦସ୍ୟ କୈଳାସ ବାରିକ, ରୁହୁ ମାଝୀ, ରିକେଶ ପତି, କୋମନା ରଶ୍ମି ରଂଜନ ପଣ୍ଡା ଏବଂ ସିନାପାଲିରୁ ଦ୍ରୋଣ ଜଗତ, କୋମନା ଭୋଲା ଶଙ୍କର ହଂସ, ଡୋଲାକୃଷ୍ଣ ବେହେରା ମନୋନୀତ ହୋଇଛନ୍ତି । ସାଂସଦ କଳାହାଣ୍ଡି, ବିଧାୟକ ଖଡିଆଳ, ବିଧାୟକ ନୂଆପଡ଼ା, ଆଇନଜୀବୀ ଏବଂ ସାମ୍ବାଦିକରୁ ଜଣେ ଲେଖାଏଁ ବୁଦ୍ଧିଜୀବୀ, ଗୁରୁକୂଳ ଆଶ୍ରମ ହରିପୁର ରୋଡ, ଆମସେନାରୁ ଜଣେ ସଦସ୍ୟ ସଂଘ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି ।