ଡା. ଦିଲ୍ଲୀପ ଦଳେଇଙ୍କୁ ସମ୍ବର୍ଦ୍ଧନା
ପାପଡାହାଣ୍ଡି : ବିଶ୍ୱ ଜନସଂଖ୍ୟା ଦିବସରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଦିଲ୍ଲୀପ ଦଳେଇକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ସମ୍ମାନିତ କରାଯାଇଛି । ଏହି ସମାରୋହରେ ବେଷ୍ଟ ସର୍ଜନ ଭାବେ ରାଜ୍ୟର ୧୫ଜଣ ଡାକ୍ତରଙ୍କୁ ପୁରସ୍କୃତ କରାଯାଇଥିଲା । ଡା. ଦଳେଇ ନବରଙ୍ଗପୁର ଜିଲ୍ଲାରେ ଆର୍ଥିକ ବର୍ଷରେ ୧୧୦୦ରୁ ଊଦ୍ଧ୍ୱର୍ ସ୍ତ୍ରୀ ଓ ପୁରୁଷଙ୍କ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିଥିଲେ । ଯାହାଫଳରେ ସେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ରାଜ୍ୟସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡା. ଦଳେଇଙ୍କୁ ଫୁଲତୋଡ଼ା ଓ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି । ସେ ଏଥିପୂର୍ବରୁ ୨୦୨୪ ମସିହାରେ ଜିଲ୍ଲା ସ୍ୱାସ୍ଥ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।