ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ବୈଠକ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଚତୁର୍ଦ୍ଦଶ ମାସିକ ବୈଠକ ଶନିବାର ବିଶୋଳ-କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ଟି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ଜେନା ମୁଖ୍ୟଅତିଥି, ସମ୍ବଳଶିକ୍ଷକ ତଥା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଯେନା, ପ୍ରଧାନଶିକ୍ଷୟତ୍ରୀ ତଟିନୀ ସେଠୀ, ପ୍ରଧାନଶିକ୍ଷକ ବିଷ୍ଣୁଚରଣ ନାୟକ, ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତିଲତା ମହାନ୍ତି, ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକର୍ଷ, ଖାନ ଏକାଡେମୀ, ପଞ୍ଚସଖା ଶିକ୍ଷାସେତୁ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଆକାଙ୍କ୍ୟା ପାଠ୍ୟକ୍ରମ, ଏସ.ଆଇ.ଓ.ଏସ. ନାମଲେଖା ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଶିକ୍ଷୟତ୍ରୀ ବିଶ୍ୱଜିତା ଗିରି ସ୍ୱାଗତ ଭାଷଣ ଓ ଶିକ୍ଷକ ଦେବାଶିଷ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଶୁଭଶ୍ରୀ ପୃଷ୍ଟି, ସୌଜନ୍ୟା ପ୍ରଧାନ, ଅଭିଷେକ ଶତପଥି, ସବିତା ତରାଇ, ସୋନାଲି ସାହୁ, ଜ୍ୟୋସ୍ନାରାଣୀ ପଣ୍ଡା, ଲିସାରାଣୀ ଓଝା, ପବିତ୍ର ମୋହନ ଦାସ, ରଶ୍ମିରେଖା ସେନ, ଚିନ୍ମୟ କୁମାର ସେନାପତି, ବିବେକାନନ୍ଦ ଧଳ, ପ୍ରିୟମ୍ବଦା ଖୁଣ୍ଟିଆ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।