ହଇଜା ମୁକାବିଲା ନେଇ ପ୍ରସ୍ତୁତି ବୈଠକ
ତିହିଡ଼ି : ସଂପ୍ରତି ରାଜ୍ୟରେ ହଇଜା ରୋଗ ମାରାତ୍ମକ ଭାବେ ବ୍ୟାପିବାରେ ଲାଗିଛି । ଯାଜପୁର ପରେ ଧାମନଗର ବ୍ଲକରେ ହଇଜା ରୋଗରେ ବହୁ ଲୋକ ଆକ୍ରାନ୍ତ ହେଲେଣି । ତିହିଡିରେ ଏହାର ପ୍ରାକ୍ ମୁକାବିଲା ଲାଗି ବ୍ଲକ ପ୍ରଶାସନ ତରଫରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତାରେ ବ୍ଲକ ଭିଡିଓ କନ୍ଫେରେନ୍ସ ହଲରେ ଅନୁଷ୍ଠିତ ଉକ୍ତ ବୈଠକରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶୁଭକାନ୍ତ ଓଝା, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ, ସ୍ୱାସ୍ଥ୍ୟ ସୁପର ଭାଇଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ହଇଜାର ନିରାକରଣ ପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ହଇଜାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖବର ଦେବା, ରାସ୍ତା ପାଶ୍ୱର୍ରେ ଥିବା ଦୋକାନରୁ ଖାଦ୍ୟ ନଖାଇବା, ବାସି ଖାଦ୍ୟ ନଖାଇବା, ଜଳକୁ ବିଶୋଧନ କରି ପିଇବା ଆଦି କୁହାଯାଇଛି । ସେହିପରି ନଳକୂପକୁ ବିଶୋଧନ କରିବା ଲାଗି ବିଭାଗକୁ ପରାମର୍ଶ ଦିଆଯାଇଛି ।