ବାଇକକୁ ପୋଡ଼ି ଦେଲେ
ଧାମନଗର: ଧାମନଗର ଥାନା ଷୋହଡା ପଞ୍ଚାୟତ କଣ୍ଟାପାରି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ବାବୁଲି ମଳିକ ତାଙ୍କ ପରିବାର ସହ ନିଜ ଘରେ ଶୋଇଥିବା ବେଳେ ଦାଣ୍ଡ ଦୁଆରେ ନିଆଁ ଜଳୁଥିବା କବାଟ ଫାଟରେ ଦେଖି ଚିକôାର କରିଥିଲେ । ପଡୋଶୀ ଚିକôାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଦାଣ୍ଡ ପିଣ୍ଡାରେ ତାଙ୍କ ବାଇକ ଜଳୁଥିବା ଦେଖି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଜେ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଘର ଭିତରେ ଶୋଇଥିବା ବାବୁଲି ମଳିକ ତାଙ୍କ ସ୍ତ୍ରୀ ଓ ନାତିକୁ ଉଧାର କରିଥିଲେ । ତେବେ ପରିବାର ଲୋକଙ୍କ ଅଭିଯୋଗ ପୁର୍ବରୁ ପଡୋଶୀ ମାନଙ୍କ ସହ ଜମିଜମା ବିବାଦ ଲାଗିଥିଲା । ସେଇ ରାଗରେ ବାବୁଲି ଶୋଇଥିବା ରୁମକୁ ବାହାର ପଟୁ ବନ୍ଦ କରି ତାଙ୍କ ପୁଅର ଏକ ଗ୍ଲାମର ବାଇକରେ ନିଆଁ ଲଗେଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।