ସ୍କୁଲକୁ ପିଲା ଛାଡିଲେ  ନାହିଁ ଅଭିଭାବକ

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକର ଉତ୍ତରବାଡ(ଦ) ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ସାମଲଙ୍କୁ ବଡକୋଳିପଦି ଉପ୍ରା ବିଦ୍ୟାଳୟକୁ ବଦଳି କରାଯାଇଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୭୮ ରହିଛି । ଶିକ୍ଷକ ଶିକ୍ଷୟତ୍ରୀ ୪ ଜଣ ନିୟୋଜିତ ଅଛନ୍ତି । ଏହି ବଦଳି ରାସନାଲାଇଜେନ ଆଧାରରେ କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳିକୁ ବିରୋଧ କରିଛନ୍ତିି । ଫଳରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ବଦଳି ବାତିଲ ଦାବିରେ ଗୁରୁବାର ଓ ଶୁକ୍ରବାର ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ଶନିବାର ଅଭିଭାବକମାନେ କୌଣସି ପିଲାକୁ ସ୍କୁଲକୁ ଛାଡିନଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଫାଟକ ପାଖରୁ ଫେରିଯାଇଥିଲେ । ଏହି ବିଦ୍ୟାଳୟରେ ଶିକ୍ଷାଦାନ ୩ ଦିନ ଧରି ବ୍ୟାହତ ହୋଇଛି ।