ଅର୍ଥର ଆବଶ୍ୟକତା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଅର୍ଥର ଆବଶ୍ୟକତା କେତେ ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରାୟତଃ ଲୋକେ ଅନେକ ସମୟରେ "ଟଙ୍କା ଜୀବନର ସବୁକିଛି ନୁହେଁ', "କିସ ହବ ଟଙ୍କା' ଭଳି କଥାମାନେ କହନ୍ତି । ଅର୍ଥ ବା ଟଙ୍କାର ବିଭିନ୍ନ ପ୍ରକାର ଅର୍ଥକୁ ନେଇ ବହୁ ଲୋକଙ୍କର ବହୁ ମତ । ସମସ୍ତଙ୍କର ମତ, ସମସ୍ତଙ୍କ ଠାରୁ ଅଲଗା ।
କିନ୍ତୁ ବାସ୍ତବରେ, ଦୁନିଆରେ କାହା ପାଇଁ ଅର୍ଥର ଆବଶ୍ୟକତା ନାହିଁ ଟିକିଏ କହିଲେ? ଜୀବନରେ ଅର୍ଥ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜୀବନର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭିତରୁ ଅର୍ଥ ମଧ୍ୟ ଗୋଟିଏ । ଜଣଙ୍କର ଜନ୍ମ ହବା ଆଗରୁ ନେଇକି, ମଲା ପରେ ମଧ୍ୟ ଅର୍ଥ ତ ଲୋଡ଼ା । ଜୀବନରେ ବଞ୍ଚିବା ଆଉ ବିବା ରାସ୍ତାରେ ମଧ୍ୟ ଅର୍ଥ ଏକ ପ୍ରମୁଖ ଉପାଦାନ ୟ କାହାକୁ ଉଣା ଲୋଡ଼ା ତ କାହାକୁ ଅଧିକ ଲୋଡ଼ା, କିନ୍ତୁ ଲୋଡ଼ା ।
ଧନର ପ୍ରକାର ଭେଦ ଥାଇପାରେ; କିନ୍ତୁ ଧନ କେବଳ ଜରିଆ ବା ମାଧ୍ୟମଟିଏ, ସୁଖର ଆଉ ଦୁଃଖର ବି । ଅର୍ଥ ନଥିଲେ ଦେହ ଖରାପ ବେଳେ ଓଷ ଟିକିଏ ହେଲେ ଯୋଗାଡ ତ ହେଇପାରିବନି । କହି ବସିଲେ ଅନେକ କଥା ।
ଯେଉଁମାନେ ଅର୍ଥକୁ ସମ୍ମାନ କରନ୍ତି ନାହିଁ, ସେମାନେ ପରିଶେଷରେ ପଶ୍ଚାତାପ ହିଁ କରିଥାନ୍ତି । କାରଣ ଅର୍ଥର ମୂଲ ଅମୂଲ । ଅର୍ଥ ରୋଜଗାର କରିବାରେ ନିଜର ସମସ୍ତ ବୁଦ୍ଧି, ବିବେକ ଖଟାଇବାକୁ ପଡିଥାଏ । ଅର୍ଥ କେବଳ ଅନର୍ଥର ମୂଳ କାରଣ ସେତିକି ବେଳେ ହେଇଯାଏ, ଯେତେବେଳେ ଏହାର ଦୂରୁପଯୋଗ ହୁଏ ।
ଟଙ୍କା, ପଇସା, ଅର୍ଥକୁ ନେଇ ଆମ ମନରେ ରହିଥିବା ଭ୍ରମ ମନରୁ ଦୂର ହେବା ଉଚିô ୟ ଅର୍ଥକୁ ନେଇ ରହିଥିବା ବିଚାର ଓ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଦିଗରେ ଆମେ ସମସ୍ତେ ଯତ୍ନାବନ୍ ହେବା ଉଚିତ । ଜୀବନରେ କାହାଠୁ ଅର୍ଥ ହଡପ କରିବାର ମାନସିକତା ଛାଡ଼ି ଅର୍ଥ ବା ଟଙ୍କା ପଇସାର ରୋଜଗାରକୁ ସର୍ବାଧିକ ଗୁରୁତ୍ୱ ଦେବା ହିଁ ଆମ ପାରିବାପଣିଆକୁ ପ୍ରତିପାଦିତ କରିବ । ଏତକରୁ ଆମକୁ ବୁଝିବାକୁ ହେବ ଯେ ଅର୍ଥ ହେଉଛି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।