ହୋଣ୍ଡାର ନୂଆ ଆକ୍ଟିଭା୧୨୫ର ବଜାର ପ୍ରବେଶ
ଢେଙ୍କାନାଳ: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ନୂଆ ଆକ୍ଟିଭା ‘୧୨୫ ଓବିଡି୨ବି’ର ଢେଙ୍କାନାଳ ବଜାର ପ୍ରବେଶ ହୋଇଛି । ଜିଲ୍ଲାର ଏକମାତ୍ର ମୁଖ୍ୟ ଅଧିକୃତ ବିକ୍ରେତା ସହରର କୋରିହାଁ ସ୍ଥିତ ଶ୍ରୀ ଗଣପତି ଅଟୋମୋଟିଭସ୍ ପ୍ରାଇଭେଟ ଲିମିଟେଡ(ଏସଜିଏପିଏଲ)ରେ ଏହି ନୂଆ ଆକ୍ଟିଭା ୧୨୫ ଓବିଡି୨ବିର ବିକ୍ରୟ ଆରମ୍ଭ ହୋଇଛି । ଏସଜିଏପିଏଲ ହୋଣ୍ଡାର ପରିଚାଳନା ନିଦେ୍ର୍ଦଶକ ମନୋଜ ପୃଷ୍ଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଗାଡିର ସୁବିଧା ସୁଯୋଗ ପାଇବା ସଂପର୍କରେ ଆଲୋକପାତ କରିବା ସହ ଭାରତ ବଜାର ପାଇଁ ସଂପୂର୍ଣ୍ଣ ଉପଯୁକ୍ତ ଏବଂ ଯୁବବର୍ଗର ପିଢୀଙ୍କ ପାଇଁ ଏହା ଗ୍ରହଣୀୟ ହେବ ବୋଲି କହିଥିଲେ । ସେଲସ ମ୍ୟାନଜର ସୁଦିପନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।