ସିଏମ୍ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନ୍ସିପ୍  : ମଧୁବନ ଓ କଳିଙ୍ଗନଗର ବିଜୟୀ 

 ବ୍ୟାସନଗର: ବ୍ୟାସନଗର ଷ୍ଟାଡିୟମ ଠାରେ ଚାଲୁଥିବା ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ମଧୁବନ ଏଫ୍ସି ୩-୦ ଗୋଲ୍ରେ ଗୋବରଘାଟି ଏଫ୍ସିକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ କଳିଙ୍ଗନଗର ସ୍ପୋର୍ଟସ ଏକାଡ଼େମୀ ୬-୦ ଗୋଲରେ ମହାଲକ୍ଷ୍ମୀ ଏଫ୍ସି ଖଇରାବାଦ୍କୁ ହରାଇଥିଲା । ଖେଳରେ ଅତିଥି ଭାବେ ଯାଜପୁର ଜିଲ୍ଲା ଖେଳ ସଂସଦର ବିଶ୍ୱମ୍ବର ରାଉତ, ମନୀନ୍ଦ୍ର ଧଳ, ପ୍ରତାପ ଦାସ, ବଜ୍ରବାହୁ ସୀମାନ୍ତ କେଶରୀ ସାମଲ, ଭରତ ଚନ୍ଦ୍ର କିସ୍କୁ, ଖଗେଶ୍ୱର ରଣା ଓ ଫୁଟ୍ବଲ୍ ସମ୍ପାଦକ ନରେନ୍ଦ୍ର ବଳ ଉପସ୍ଥିତ ଥିଲେ । ଚୟନକର୍ତ୍ତା ଭାବେ ସଂଜୀବ ବେହେରା ଓ ସନ୍ତୋଷ ମହନ୍ତ ଯୋଗଦେଇଥିଲେ । ଦୁଃଖବନ୍ଧୁ ମାଝୀ, ଉବାନ ମାଝୀ, ରାମ ବେଲାଇ ବିସେରା, ଉପେନ୍ଦ୍ର ଡାଙ୍ଗିଲ, ମୁନମୁନ୍ ସାମଡ଼ ଖେଳ ପରିଚାଳନା କରିଥିଲେ ।