ଚାନ୍ଦା ଆଦାୟ, ଦୁଇ କୋର୍ଟ ଚାଲାଣ
ପାଣିକୋଇଲି: ଏହି ଥାନା ପଳସା ଛକ ନିକଟରେ ବାଲି ଗାଡିରୁ ଚାନ୍ଦା ଆଦାୟ ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ଅଭିଯୁକ୍ତ ପଳସା ଗ୍ରାମର ଅମରେନ୍ଦ୍ର ବାରିକ(୩୦) ଓ ଜୟନ୍ତ ଖଣ୍ଡାଇ(୩୫) ହୋଇଥିବା ବେଳେ ଗତ ୮ତାରିଖ ରାତିରେ ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଜବରଦସ୍ତ ଚାନ୍ଦା ଆଦାୟ ଓ ଅଶ୍ରାବ ଗାଳିଗୁଲଜ ଓ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଥିଲା ।