ଅସଦାଚରଣ ଅଭିଯୁକ୍ତ କୋର୍ଟ ଚାଲାଣ

 ବ୍ରହ୍ମବରଦା: ଘରେ ପଶି ଜନୈକା ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବ୍ରହ୍ମବରଦା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଲଙ୍କାବାଲିସାହି ଗ୍ରାମର ଜୈନେକ ବ୍ୟକ୍ତିଙ୍କ ବିବାହିତ ଝିଅ ଘରେ ଶୋଇଥିବା ସମୟରେ ବରୀ ଥାନା ଅନ୍ତର୍ଗତ ତଳକାଇପଡା ଗ୍ରାମର ବିଶ୍ୱମ୍ବର ମହାଳିକଙ୍କ ପୁଅ ମନୋଜ (୩୧) ପଶି ତାଙ୍କୁ ଟଣାଓଟରା କରିବାରୁ ମହିଳା ଜଣକ ପାଟି କରିଥିଲେ । ପାଟିଶୁଣି ପରିବାର ଓ ପଡୋଶୀ ଲୋକମାନେ ସେଠାରେ ପହଁଚି ମନୋଜକୁ ଅଟକ ରଖିଥିଲେ । ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଲା ପରେ ପୁଲିସ କେଶ ନମ୍ବର ୧୨୭/୨୫ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।