ଅସରାଏ ବର୍ଷାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ବନ୍ୟା

 ନାଉଗାଁ : ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ଲକର ଏକ ପ୍ରମୁଖ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସାଳୟ ଉପରେ ନାଉଗାଁ ବ୍ଲକର ଲକ୍ଷାଧିକ ଲୋକ ନିର୍ଭରଶୀଳ । ଏଠାକୁ ପ୍ରତିଦିନ ଚିକିତ୍ସା ନିମନ୍ତେ ୪୦୦ରୁ ଊଦ୍ଧ୍ୱର୍ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆସିଥାନ୍ତି । 
କିନ୍ତୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସରାଏ ବର୍ଷା ହେଲେ ବନ୍ୟା ବା ପୋଖରୀର ଭ୍ରମ ସୃଷ୍ଟି କରେ । ବର୍ଷାଜଳ ନିଷ୍କାସନ ନିମନ୍ତେ ସୁବ୍ୟବସ୍ଥା ନଥିବାର ଅଭିଯୋଗ ହୁଏ । ଦିନରାତି ସବୁ ସମୟରେ ଲୋକେ ଏଠାକୁ ଆସି ଡାକ୍ତରଙ୍କୁ ଭେଟି ପରାମର୍ଶ ନେବା ପାଇଁ ପାଣି ମଧ୍ୟରେ ଯିବାକୁ ପଡିଥାଏ । ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ରୋଗୀ ସେବା ପାଇଁ ପାଣି ଭିତରେ ପସି ଯିବାକୁ ପଡିଥାଏ । ଏଠାରେ ମୁଖ୍ୟ ରାସ୍ତାର ଉଚ୍ଚ ହୋଇଥିବାରୁ ମେଡିକାଲ ପରିସର ଭିତର ଅଞ୍ଚଳ ଖାଲୁଆ ହେବା ଫଳରେ ପାଣି ଜମୁଥିବାରୁ ରୋଗୀ ସେବାରେ ବାଧା ସୃଷ୍ଟି ହୁଏ । ଜଳ ନିଷ୍କାସନ ନିମନ୍ତେ କୌଣସି ସୁବିଧା ନ ଥିବାରୁ ଏହି ପାଣି ଅନେକ ଦିନଯାଏ ଜମି ରହିଥାଏ । ଅନେକ ସମୟରେ ପାଣି ଜମି ପଚିସଢି ଦୁର୍ଗନ୍ଧ ହେବା ସହିତ ସଂକ୍ରମକ ରୋଗ ବ୍ୟାପିବାର ଦେଖିବାକୁ ମିଳେ । ଚିକିସôାଳୟକୁ ରୋଗୀ ସୁସ୍ଥ ଚିକିସôା ନିମନ୍ତେ ଆସୁଥିଲେ ସୁଦ୍ଧା ମେଡିକାଲ ପରିସର ଅସୁସ୍ଥ ପରିବେଶ ଦେଖିବାକୁ ମିଳିଥାଏ । ଏଥି ନିମନ୍ତେ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷ ଏବଂ ରୋଗୀ ଓ ରୋଗୀ ସମ୍ପର୍କୀୟ ଓ ସମାଜସେବୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନ କୌଣସି କର୍ଣ୍ଣପାତ କରୁନଥିବାର ଦେଖାଯାଏ । ଏହି ସମସ୍ୟାର ବର୍ଷା ଦିନ ପୂର୍ବରୁ ସ୍ଥାନୀୟ ବାସିନ୍ଦା ସ୍ଥାୟୀ ସମାଧାନ ନିମନ୍ତେ ଦାବି କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।