ଜାତୀୟ ବିଦୁ୍ୟତ୍ ସୁରକ୍ଷା ସପ୍ତାହ ପାଳିତ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦୁ୍ୟତ୍ ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଜିତ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ବିଦୁ୍ୟତ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତଥା ଉପ ବିଦୁ୍ୟତ୍ ନିରୀକ୍ଷକ ପ୍ରଦୀପ କୁମାର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଅତୁଲ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ରାଜକିଶୋର ଦାସ, ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ଦାଶ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ବିଦୁ୍ୟତ୍ ସୁରକ୍ଷାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ବିଦୁ୍ୟତ୍ ବିଭାଗର ସହକାରୀ ଯନ୍ତ୍ରୀ ପ୍ରୀତିଶ୍ କୁମାର ଜେନା, ଅନ୍ୟତମ ସହକାରୀ ଯନ୍ତ୍ରୀ ସୁଶ୍ରୀ ଆଞ୍ଚଲ ପଣ୍ଡା, ଟାଟା ପାୱାର ବାରିପଦାର ବିଦୁ୍ୟତ୍ ସୁରକ୍ଷା ଅଧିକାରୀ ଶୁଭଙ୍କର ନାୟକ, ଅନ୍ୟତମ ବିଦୁ୍ୟତ୍ ସୁରକ୍ଷା ଅଧିକାରୀ ଦୀନେଶ କୁମାର ପାତ୍ର, ବୈଶିଙ୍ଗା ବିଦୁ୍ୟତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକ ଓ ବିଦୁ୍ୟତ୍ ଟେକ୍ନିସିଆନ୍ ଦେବବ୍ରତ ଦାସ ମାର୍ଗଦର୍ଶକ ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦୁ୍ୟତ୍ ସୁରକ୍ଷା ସମ୍ପର୍କିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବଂଶୀଧର ଗିରି, ହରେକୃଷ୍ଣ ମହାନ୍ତ, ତରଣିକାନ୍ତ ମହାନ୍ତ, ପ୍ରଫୁଲ୍ଲ କୁମାର ମିଶ୍ର, ଶୁଭାଶିଷ ପଣ୍ଡା, ଶୁଭବନ୍ତ ନାୟକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ନିରଞ୍ଜନ ବାରିକ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।