ନିଳାଦ୍ରି ବିଜେ
ବଡ଼ ଠାକୁରଙ୍କ ବାହୁଡ଼ା ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଇଥାଏ । ଶ୍ରୀଗୁଣ୍ଡିଚାରେ ଦିଅଁମାନଙ୍କର ଉତ୍ତରାଭିମୁଖୀ ଯାତ୍ରା ଗୁଣ୍ଡିଚା ମନ୍ଦିରକୁ ଏବଂ ବାହୁଡ଼ାରେ ଦକ୍ଷିଣାଭିମୁଖୀ ଯାତ୍ରା ଶ୍ରୀମନ୍ଦିରକୁ । ଉଭୟ ଦର୍ଶନରେ ଭକ୍ତମାନଙ୍କର ମନୋବା‚ା ପୂର୍ଣ୍ଣ ହୁଏ । କୋଟି ଜନ୍ମର ପାତକ କ୍ଷୟ ହୋଇ ବୈକୁଣ୍ଠ ପ୍ରାପ୍ତି ହୁଏ । କୈବଲ୍ୟ, ମୋକ୍ଷ ମିଳେ । ଏଣୁ କବି ଦୀନକୃଷ୍ଣ ବିହ୍ୱଳ ହୋଇ ଗାଇଥିଲେ -
କରଇ ପବିତ୍ର ଆନ ତୀର୍ଥ ଜଳେ କଲେ ସ୍ନାନ
ଏ ତୀର୍ଥ ନାମରେ ନାନା ଦୁରିତ ନାଶ
କଇବଲ୍ୟ ଲଭି ହେଳେ ନପଡ଼ିଲେ ଜଠର ଜଳେ
ବଇକୁଣ୍ଠ ବସି ବଇକୁଣ୍ଠ ସନ୍ତୋଷ
କରି ଏଇ କଥା କୀର୍ତ୍ତନ
କରୁଥାଉ ଦୀନକୃଷ୍ଣ ସୁଖେ ନର୍ତ୍ତନ ।
ରଥରେ ବିଜେ ଶ୍ରୀଜୀଉମାନଙ୍କ ଦର୍ଶନରେ ଭକ୍ତ-ମନ- ଚାତକ ତୃଷ୍ଣା ମେଣ୍ଟିଯାଏ ।
ଆବେଗମୟ ପରିବେଶରେ ସମାପନ ହୁଏ ବାହୁଡ଼ା ଯାତ୍ରା । ରଥଯାତ୍ରା ପରି ବାହୁଡ଼ା ଯାତ୍ରା ଉକ୍ରଳର ଗଜପତି ରାଜାଙ୍କ ଶ୍ରୀଛାମୁଙ୍କ ପୟରେ ଭକ୍ତିପୂତ ପ୍ରଣତି ପୂର୍ବକ ଛେରାପହଁରା ସେବା ବିଶ୍ୱପ୍ରାଣକୁ ବିମୋହିତ କରେ । ଇଏହିଁ ତ ଓଡ଼ିଆ ପୁଅର ତା' ପ୍ରାଣ ଦେବତାଙ୍କ ପାଖରେ ଆତ୍ମ ସମର୍ପଣ କାଳୀନ ବର୍ଣ୍ଣାଢ଼୍ୟ ଦୃଶ୍ୟ!
ଏଣିକି ଜଗାର ନୀଳାଦ୍ରି ବିଜେ । ଗହଳ, ଚହଳରେ ଶ୍ରୀଜୀଉମାନଙ୍କର ପହଣ୍ଡି ହେବ ନୀଳକନ୍ଦରକୁ । ପୁନଶ୍ଚ ଆମ ସାମାଜିକ ଜନଜୀବନର କଥା । ଆରମ୍ଭ ହୁଏ ମା' ଲକ୍ଷ୍ମୀଙ୍କର ଅଭିମାନ, ବନ୍ଦ ସିଂହଦ୍ୱାର, ଶ୍ରୀଜଗନ୍ନାଥଙ୍କ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ । ସମ୍ପୂର୍ଣ୍ଣ ଓଡ଼ିଆଣୀଟି ପରି ପତିବ୍ରତା ଲକ୍ଷ୍ମୀ ଠାକୁରାଣୀ କ'ଣ କଠୋର ହୋଇପାରିବେ? ଅଭିମାନ ତ୍ୟାଗ କରନ୍ତି ମହାଲକ୍ଷ୍ମୀ । ଫିଟେ ସିଂହଦ୍ୱାର, ଦିଅଁମାନେ ଗୋଟି ପହଣ୍ଡିରେ ରନô ସିଂହାସନକୁ ବିଜେ କରନ୍ତି । ଶ୍ରୀଗୁଣ୍ଡିଚା ଦିନ ରଥରୁ ଗୁଣ୍ଡିଚା ମନ୍ଦିର, ବାହୁଡ଼ା ପରେ ରଥରୁ ଗୋଟିପହଣ୍ଡିରେ ଠାକୁରମାନଙ୍କ ରନôବେଦୀକୁ ବିଜେ ହୁଏ । ଏହି ପହଣ୍ଡିରେ ଜଣେ ଦିଅଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ସେଇ ଶୈଳୀରେ ଯାଆନ୍ତି । ମାତ୍ର ଦିଅଁମାନେ ଧାଡ଼ିରେ ଯାଇ ରଥାରୂଢ଼ ହୁଅନ୍ତି ଧାଡ଼ି ପହଣ୍ଡିରେ । ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି ।
ନୀଳାଦ୍ରି ବିଜେ ପର୍ବ । ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ଏକ ଅଦ୍ଭୁତପୂର୍ବ ଭାକ୍ତିକ ପରିବେଶରେ କୋଠଭୋଗଖିଆ ବିରାଜମାନ ରନô ସିଂହାସନରେ । ପୂରି ଉଠେ ଶ୍ରୀମନ୍ଦିର । ଭକ୍ତଟିଏ ଭକ୍ତିରେ ଗାଏ :
କାନପତାଇ ଶୁଣୁଥା ମୋ କଳାହାତୀରେ,
କାଳ କାଳକୁ ନଥିବ ଭୀତିରେ,
ଶୂନ୍ୟପୂରେ ଶବଦ ହେଉଛି ନିତିରେ ।
ଉପସ୍ଥାପନା: ହେନାମଞ୍ଜରୀ ସ୍ୱାଇ