ଯାତାୟାତରେ ବାଧକ ସାଜିଛି ଆବର୍ଜନା
ଯାଜପୁର ସଦର: ଯାଜପୁର ଜିଲ୍ଲା ହାଇସ୍କୁଲର ପଛପଟ ୮ନମ୍ବର ୱାର୍ଡରେ ବସବାସ କରୁଥିବା ଗୃହ ଓ ଦୋକାନ ସଂଖ୍ୟା ୨୦୦୦ରୁ ଅଧିକ । କିନ୍ତୁ ଲୋକଙ୍କ ପାଇଁ ବର୍ତମାନ ଯାତାୟତରେ ବାଧକ ସାଜିଛି ରାସ୍ତା ଉପରେ ଅଳିଆ ଆବର୍ଜନା । ଆବଜର୍ଜନା ଉପରେ ବର୍ଷା ପାଣି ପଡ଼ିବାରୁ ରାସ୍ତା ଦେଇ ଯିବା ଆସିବା କରୁଥିବା ହେଉ କି ବସବାସ କରୁଥିବା ଲୋକମାନେ ଦୁର୍ଗନ୍ଧ ପରିବେଶ ଭିତରେ ଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ସୃଷ୍ଟି ହେଇଛି । ବିଡ଼ମ୍ବନାର ବିଷୟ ଏହି ରାସ୍ତା ଦେଇ ଶହଶହ ଜନସାଧାରଣ ସହିତ କୋର୍ଟ କଚେରୀ କର୍ମଚାରୀ, ଆଇନଜୀବୀ, ଛାତ୍ରଛାତ୍ରୀ ଦୈନିକ ଯିବା ଆସିବା କରିଥାନ୍ତି । ଆବର୍ଜନା ପକାଯାଉଥିବା ସ୍ଥାନ ଠାରୁ ୫୦ ମିଟର ଦୂରରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ । ବିଭିନ୍ନ ବିଦ୍ୟାଳୟ କାର୍ଯ୍ୟ ପାଇଁ ଏହି ଅଫିସ ଉପରେ ନିର୍ଭର କରିବାକୁ ଯୋଗୁଁ ଶିକ୍ଷିତ ଶିକ୍ଷୟିତ୍ରୀ ବାଧ୍ୟ ହେଉଛନ୍ତି ଆସିବାକୁ । ବର୍ତମାନ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ସେଠାକାର ଅଂଚଳବାସୀ ଦୂଷିତ ପରିବେଶ ପାଇଁ ରୋଗରେ ପୀଡିତ ହେଉଥିବା ଅଭିଯୋଗ ହେଉଛି । ୮ନଂ ୱାର୍ଡର କାଉନସିଲ ଏହି ରାସ୍ତା ଦେଇସବୁ ବେଳେ ଯିବା ଆସିବା କରୁଥିବା ବେଳେ, ଏପରି ଅଳିଆ ଆବର୍ଜ୍ଜନା ପକାଯାଉଥିବା ସ୍ଥାନଟି କିପରି ଜାଣିପାରୁ ନାହାନ୍ତି । ଯାହା ଶୁଣିବାକୁ ମିଳେ ଯେଉଁ ସ୍ଥାନରେ ଅଳିଆ ଆବର୍ଜନା ପକାଯାଉଛି, ତାହା ଜିଲା ଶିକ୍ଷାଧିକାରୀଙ୍କ ଅନ୍ୟ ଏକ ପ୍ରକୋଷ୍ଠ । କାହା ଚାପରେ ବସିଭୁତ ହୋଇ ଶିକ୍ଷା ଅଧିକାର ଏଭଳି ଅଳିଆ ଆବର୍ଜନା ପକାଯାଉଥିବା ସ୍ଥାନରେ ପୌରପାଳିକା ଅଧିକାରୀଙ୍କୁ ଅଭିଯୋଗ କରୁନାହାଁନ୍ତି ତାହା ସନେ୍ଦହ ଘେରରେ ରହିଛି । ପୈାରପାଳିକା କର୍ତୁପକ୍ଷ ଦୃଷ୍ଟି ଦେବାକୁ ୱାର୍ଡବାସୀ ଦାବି କରିଛନ୍ତି ।