ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ
ାା ପ୍ରଭାନୁ୍ୟଜ ।ା ଦାନଗଦୀ : ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସୋଲେଇରେ ଗୁରୁଦିବସ ପାଳନ କରାଯାଇଛି । ବିଦ୍ୟାଳୟରେ ବୌଦ୍ଧିକ ମଣ୍ଡପରେ ଗୁରୁପୂଜନ ଦିବସରେ ଅନୁଷ୍ଠିତ ହୋଇଥିବା ସଭାରେ ଅତିଥି ଭାବେ ଗୁରୁ ସୁନୀଲ ଚନ୍ଦ୍ର ରାଉତ, ଗୁରୁ ଗୋପାଳ ମହାନ୍ତି, ଗୁରୁ ମଦନ ମୋହନ କର ପ୍ରମୁଖ ଯୋଗଦେଇ ମା ବାଗଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ତିନି ଜଣ ଅବସରପ୍ରାପ୍ତ ଗୁରୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଗୋପୀନାଥ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଗୁରୁଜୀ ପ୍ରଭୁଦତ ଜେନା, ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଓ ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା କମିଟିର ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିଲେ । ଶେଷରେ ସାମୁହିକ ବନେ୍ଦ ମାତରଂ ଗାନ କରାଯାଇଥିଲା ।
ବ୍ରହ୍ମ୍ବରଦା: ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଦିବସରେ ପ୍ରଥମେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପଟ୍ଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀ ପ୍ରଥମେ ଗୁରୁ ପୂଜନ ସହ ଗୁରୁ ବନ୍ଦନା ଗାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିବେକାନନ୍ଦ ବେହେରା, ଗୁରୁଜୀ ନିଶିକାନ୍ତ ପଣ୍ଡା, ନିମାଇଁ ଚରଣ ପତି, ନିହାର କାନ୍ତ ଜେନା, ଦେବବ୍ରତ ସୂତାର, ଧନେଶ୍ୱର ସାହୁ, ନଦୀମ ଅଖତରଙ୍କ ସମେତ ଗୁରୁମା, ସସ୍ମିତା ବେହେରା, ଦିବ୍ୟାନୀ ବାରିକ, ବାସନ୍ତୀ ବେହେରା, ଶୁଭଶ୍ରୀ ନାୟକ, ମନୋରମା ସାହୁ, ପ୍ରତିପ୍ତ ମାଳିନୀ, କନକ ବେହେରା, ମନୋରମା ସାହୁ, ଅନିତା ସାହୁ, ଝରଣା ବିଶ୍ୱାଳ, ମଞ୍ଜୁଲତା ବେହେରା, ସ୍ମିତା ବେହେରା, ସୋନାଲି ଜେନା, ପୁଷ୍ପମୟୀ ସିଂ, ମଞ୍ଜୁଲତା ସାହୁ ଓ ଶିକ୍ଷା କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଆନନ୍ଦପୁର: ଆନନ୍ଦପୁର ବ୍ଳକ ଅନ୍ତର୍ଗତ ପାତାଳଶୁଣି ସରକାରୀ ଉପ୍ରା ବିଦ୍ୟାଳୟ ଜଙ୍ଘାରର ଛାତ୍ରଛାତ୍ରୀ ଗୁରୁପୂଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ସଖାଳୁ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଦମୟନ୍ତୀ ନାଏକ ଏବଂ କବିତାରାଣୀ ଦୀକ୍ଷିତଙ୍କୁ ବନ୍ଦାପନା କରିଥିଲେ । ସେହିପରି ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁବାନ୍ଦନା ଗାନ କରିଥିଲେ । ପରେ ଗୁରୁଙ୍କ ଉଦେ୍ଦଶ୍ୟରେ ସେମାନଙ୍କ ମୂଲ୍ୟବାନ ଚିନ୍ତାଧାରାକୁ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଆନନ୍ଦପୁର ସରସ୍ୱତୀଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତିଙ୍କ ପ୍ରତେକ୍ଷ୍ୟ ସଂଯୋଜନା ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳନ କରାଯାଇଥିବା ବେଳେ ପରିଚାଳନା କମିଟି ସଭାପତି ଉଷାରାଣୀ ଯେନା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥୀ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗୁରୁଜୀ ପଙ୍କଜ ମହାନ୍ତିଙ୍କ ସମେତ ଗୁରୁଜୀ, ଗୁରୁମା, କର୍ମଚାରୀ ଉପସ୍ଥିତ ରହିଥିଲେ ।
ସିଂହପୁର: ବିଞ୍ଝାରପୁରରେ ବ୍ଲକ ସ୍ତରୀୟ ଗୁରୁ ଦିବସ ସ୍ଥାନୀୟ ବରୁଣେଶ୍ୱର କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁପୂଜନ କମିଟି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ, ୨୫ ନଂ ଜୋନ ଜିଲାପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ସମାଜସେବୀ ରବିନ୍ଦ୍ର ପରିଡା, ଅରେଇ ସରପଞ୍ଚ ସ୍ମୃତିସମୀକ୍ଷା ମଲ୍ଲିକ, ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ, ଶାସନ୍ଦା ସରପଞ୍ଚ କାମଦେବ ଧଳଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦେଇ ଗୁରୁ ପୂଜନ କରିବା ସହିତ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ୩୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁରୁପୂଜନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କୈଳାସ ସେଠୀ, ବାଟକୃଷ୍ଣ ନାୟକ, ହେମେନ୍ଦ୍ର ସାମଲ, କ୍ଷୀରୋଦ ମଲ୍ଲିକ, ବିନୟ ଧଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଙ୍ଗୀତ ନିର୍ଦେଶକ ଦିନେଶ ମଲ୍ଲିକ ଓ ସାଥି କଳାକାର ସଙ୍ଗୀତ ପରିବେଷଣ କରିଥିଲେ ।