ବ୍ୟକ୍ତିଗତ ମାଲିକାନାକୁ ଚାଲିଗଲା ସରକାରୀ ଜମି
ଯାଜପୁର-ଯଖପୁରା,: ସରକାରୀ ଜମି ହଡପ କରିବା ଗୋଟେ ସାଧାରଣ କଥା ହୋଇଯାଇଛି । ଯିଏ ଯେଉଁଠି ଚାହିଁଲା ସେଠି ସରକାରୀ ଜମି ଜବରଦଖଲ କରି ନେଉଛି । ସରକାରୀ ଜମିର ସୁରକ୍ଷା ରାଜସ୍ୱ ବିଭାଗର ହୋଇଥିଲେ ହେଁ ବିଭାଗ କର୍ମଚାରୀଙ୍କ ସଯୋଗରେ ଚାଲିଛି ଏଭଳି କେଳେଙ୍କାରୀ । ସରକାରୀ କଳର ଗଳାବାଟ ଏବଂ ଅସାଧୁ କର୍ମଚାରୀଙ୍କ ଲାଭଖୋର ମନୋବୃତ୍ତି ସରକାରୀ ଜମି ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଉଛି । ଦାନଗଦୀ ତହସିଲ ଅଞ୍ଚଳରେ ଶହଶହ ଏକର ସରକାରୀ ଜମି ଉପରେ କୋଠାବାଡ଼ି ନିର୍ମାଣ ହୋଇଥିବା ବେଳେ କୋର୍ଟରେ ମାମଲା ଚାଲୁଥିବା ବେଳେ ଏକ ସରକାରୀ ଜମିକୁ ଜଣେ ବ୍ୟକ୍ତିଗତ ମାଲିକାନାକୁ ନେବାରେ ସମର୍ଥ ହୋଇଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମାର୍ଥାପୁର୍ ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁ କରିଛନ୍ତି । ଅଭିଯୋଗ ମୁତାବକ ମାର୍ଥାପୁର୍ ଗ୍ରାମର ମାଧବାନନ୍ଦ ରାଉତ ସରକାରୀ ଜମିର କିସମ ପରିବର୍ତନ କରି ନିଜ ନାମରେ କରିବା ପାଇଁ ଚେଷ୍ଟା କରିଛନ୍ତି । ନିତ୍ୟାନନ୍ଦଙ୍କ ଘର ସହିତ ସଂଯୋଗ ହୋଇଥିବା ଏକ ମାତ୍ର ସରକାରୀ ରାସ୍ତା ଯାହାର ଖାତା ନମ୍ବର ୧୮୩ ସେହି ରାସ୍ତାର ଜମିକୁ ମାଧବାନନ୍ଦ ଅକ୍ତିଆର କରି ସେହି ଜାଗା ଉପରେ ନିଜର ଘର ନିର୍ମାଣ କରୁଛନ୍ତି । ନିତ୍ୟାନନ୍ଦଙ୍କ ଘରକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ଅବରୋଧ ହୋଇଛି । ଫଳରେ ନିତ୍ୟାନନ୍ଦଙ୍କ ପରିବାର ହଇରାଣ ହେଉଛନ୍ତି । ଘରୁ ବାହାରକୁ ଆସିବା ପାଇଁ ଆଉ କୌଣସି ରାସ୍ତା ବା ବିକଳ୍ପ ରାସ୍ତା ନଥିବାରୁ ପରିବାର ଲୋକ ବାହାରକୁ ବାହାରି ପାରୁନାହାନ୍ତି । ଫଳରେ ସେ ଓ ତାଙ୍କ ପରିବାର ମାନସିକ ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ନେଇ ନିତ୍ୟାନନ୍ଦ ଯାଜପୁର ରୋଡ ସିଭିଲ୍ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ସିଭିଲ ସୁଟ୍ ନମ୍ବର ୭୨/୨୪ ଓ ୫୯/୨୪ ରେ ମାମଲା ବିଚାର ଚାଲିଛି । ମାନ୍ୟବର କୋର୍ଟ ଏହାର ବିଚାର କରିବା ପାଇଁ ଏକ କମିଶନ ନିଯୁକ୍ତି କରିଥିଲେ । କମିଶନ ତାଙ୍କ ରାୟରେ କହିଛନ୍ତି କି ଏହାକୁ ଦାଖଲ କରାଯାଇ ପାରିବ ନାହିଁ । ଏ ରାସ୍ତାଟି ସରକାରୀ ଜମି ହୋଇଥିବାରୁ ଏହାକୁ କେହି ଅବରୋଧ କରିପାରିବେ ନାହିଁ କି ଏହା ଉପରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ମାତ୍ର ମାଧବାନନ୍ଦ କୋର୍ଟଙ୍କ କଥାକୁ ଅବମାନନା କରି ସରକାରୀ ଜମି ଉପରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ନିତ୍ୟାନନ୍ଦ ପୁଣି ଯାଜପୁର ରୋଡ ପୁଲିସରେ ଏକ ଲିଖିତ ଏତଲା ଦେଇଛନ୍ତି । କେସ ନମ୍ବର ୨୧୮/୨୪ରେ ଏକ ମାମଲା କରି ତଦନ୍ତ କରୁଛନ୍ତି । ମାତ୍ର ଏତିକିରେ ମଧ୍ୟ ମାଧବାନନ୍ଦ ନଅଟକି କୌଶଳ କ୍ରମେ ଦାନଗଦୀ ତହସିଲ୍ କାର୍ଯ୍ୟାଳୟରେ ଉକ୍ତ ସରକାରୀ ଜମିକୁ ନିଜ ନାମରେ କରିବା ପାଇଁ ଅସାଧୁ ଉପାୟ ଆପଣାଇଛନ୍ତି । ସରକାରୀ ଜମି ଖାତା ନମ୍ବର ୧୮୩/୮୯୯କୁ ହଡପ କରିବା ପାଇଁ ମାଧବାନନ୍ଦଙ୍କୁ ଏହି ଅସାଧୁ କର୍ମଚାରୀ ସହଯୋଗ ଦାନଗଦୀ ତହସିଲ୍ର ଜଣେ ବରିଷ୍ଠ ଅଧିକାରୀ ସହଯୋଗ କରିଛନ୍ତି ବୋଲି ନିତ୍ୟାନନ୍ଦ ଅଭିଯୋଗ କରିଛନ୍ତି । ସରକାରୀ ଜମିର କୌଣସି କାଗଜ ପତ୍ର ଯେମିତିକି ଜମିର ଖତିଆନ ହେଉ କି ଜମିର ପାଉତି ଜମି ଜବର ଦଖଲକାରୀଙ୍କ ନିକଟରେ ନଥାଇ ସେ କିପରି ଭାବେ ଜମିକୁ ଜବର୍ ଦାଖଲ କରିଛନ୍ତି ସେ ଅଭିଯୋଗ କରିଛନ୍ତି । ମାଧବାନନ୍ଦ ମାର୍ଥାପୁର ମୌଜାର ହାଲ ଖାତା ନମ୍ବର ୯୪ରେ ୪ଟି ପ୍ଲଟର ୩୮ ଡିସିମିଲି ଜାଗାକୁ ନିଜ ନାମରେ କରିନେଇଛନ୍ତି । ଏହି ସରକାରୀ ଜମିକୁ ଚଞ୍ଚକତା କରି ମାଧବାନନ୍ଦ ନାମରେ ବୈଧ କରିବା ପାଇଁ ତହସିଲ୍ର ରେକର୍ଡ ରୁମ୍ ଅଧିକାରୀ ସହଯୋଗ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ସୀମା ନିର୍ଦ୍ଧାରଣ ନିୟମ ଅନୁଯାୟୀ ପ୍ଲଟ ନମ୍ବର ୪୫/୨୩ ରେ ଅଭିଯୋଗ ଥାଇ ମଧ୍ୟ ଉକ୍ତ ସରକାରୀ ଜମିର ତହସିଲ୍ରେ କୌଣସି ଖତିଆନ ନଥାଇ, ଅନଲାଇନରେ ଉକ୍ତ ଜମିକୁ ରେକର୍ଡ ଅନ୍ତର୍ଭୁକ୍ତ କରାନଯାଇ ଉକ୍ତ ଜମି ଉପରେ ଅଭିଯୋଗ ଥାଇ ସୁଦ୍ଧା ଜମିର ସବିଶେଷ ତଥ୍ୟ ତଦନ୍ତ ନକରି କିପରି ମାଧବାନନ୍ଦ ନାମରେ କରି ଦିଆଗଲା ତାହା ପ୍ରଶ୍ନ ସୃଷ୍ଟି କରିଛି । ଯେଉଁ ପ୍ଲଟରେ କୌଣସି ଖତିଆନ କିମ୍ବା ପାଉତି ସରକାରୀ ତରଫରୁ ଦିଆଯାଇ ନାହିଁ, ସେଠି ମାତ୍ର ଜବର ଦାଖଲକାରୀ ଏହାକୁ ନିଜ ନାମରେ କିପରି କରିଲେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ ଆଣିଛନ୍ତି । ଏହି ସରକାରୀ ଜମିକୁ ମାଧବାନନ୍ଦ ନାମରେ ରେକର୍ଡ଼ କରିବା ଏବଂ ପୁଣି ଉକ୍ତ ସରକାରୀ ଜମିକୁ ମାଧବାନନ୍ଦ ନାମରେ ସଠିକ୍ କରିବା କିଭଳି ଦାନଗଦୀତହସିଲ୍ରେ ସମ୍ଭବପର ହୋଇପାରୁଛି ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ ପରେ ଜଣାପଡ଼ିଯାଇଛି ।