ସହରରୁ ଉଚ୍ଛେଦ ଆରମ୍ଭ, ହଟିବ ଟ୍ରାଫିକ ସମସ୍ୟା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହରରୁ ଆଜିକେଦ୍ରାପଡା ଜିଲ୍ଲାପାଳ ରଘୁରାମ ଆୟାରଙ୍କ ନିଦେ୍ର୍ଦଶ କ୍ରମେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପକ୍ରୀୟା ୩ ଦିନ ଧରି ଚାଲିବ । ପ୍ରଥମ ପର୍ଯ୍ୟାୟରେ ପଟ୍ଟାମୁଣ୍ଡାଇ ପୂରୁଣା ବାଇପାଶ ଛକଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ କରି ସାଧାରଣ ଯାତାୟାତରେ ବାଧାସୃଷ୍ଟି କରୁଥିବା ଜବରଦଖଲ କାରିଙ୍କୁ ଉଚ୍ଛେଦ କରାଯାଇଛି ।
ଏହି ଉଛେଦ ପରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ସ୍ୱଭାବିକ ହୋଇଥିବା ଜଣାପଡିଛି । ଆଜି ପାଖାପାଖି ୫୦ ରୁ ଅଧିକ ଜବର ଦଖଲ କାରିଙ୍କୁ ଉଛେଦ କରାଯାଇଛି ବୋଲି ପୈାରପାଳିକା ପକ୍ଷରୁ ସୂଚନା ଦିଆଯାଇଛି । ଖବର ନେବାରୁ ଜଣାପଡିଛି ଯେ, ପଟ୍ଟାମୁଣ୍ଡାଇ ସହରରେ କିଛି ଦୋକାନୀ ନିଜ ଦୋକାନ ସହ ରାସ୍ତାକୁ ମଡାଇ ସେଡ ତିଆରିକରି ବ୍ୟବସାୟ କରୁଥିଲେ । ଫଳରେ ଯିବା ଆସିବା ପାଇଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିଲା । ଏହା ଛଡା କେତେକ ଉଠା ଦୋକାନୀ ରାସ୍ତାଉପରେ ଅସ୍ଥାୟୀ ପାଲ ବାନ୍ଧି ବ୍ୟବସାୟ କରୁଥିଲେ । ଏହି ଘଟନା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଗଲାପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପଟ୍ଟାମୁଣ୍ଡାଇ ପୈାରପରିଷଦ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ । ଉଠା ବ୍ୟବସାୟୀ ମାନଙ୍କୁ ପୈାରପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଥିବା ଭେଣ୍ଡିଂ ଜୋନ୍କୁ ସେମାନେ ଭଡାରେ ଦେଇ ପୂର୍ବ ସ୍ଥାନରେ ବସୁଥିବା ଘଟଣା ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ତୁରନ୍ତ ସହରରୁ ଟ୍ରାଫିକ ସମସ୍ୟାକୁ ଦୁର କରିବାପାଇଁ ଉପଜିଲ୍ଲାପାଳ ଶ୍ରୀ ନାୟକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଗତ ସପ୍ତାହରେ ପୌରପ୍ରଶାସନ ପକ୍ଷରୁ ମାଇକ ଯୋଗେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀ ରାସ୍ତାଖାଲି କରିବାକୁ କୁହାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା । ଫଳରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଆଜି ବୁଲଡୋଜର ଲଗାଇ ପୁଲିସ ସହ ଯୋଗରେ ଉଚ୍ଛେଦ ପକ୍ରୀୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ସମୟରେ ପୁଲିସ ଫୋର୍ସ ସହିତ ମଡେଲ ଥାନା ଆଇଆଇସି ବନ୍ଦନା ପାତ୍ର, ତହସିଲଦାର ପଂଚାନନ ନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲିପ ନାୟକ, ପୈାର ନିର୍ବାହୀ ଅଧିକାରୀ ରଜଂନ କୁମାର ଦାସ, ଅଗ୍ନୀଶମ ଅଧିକାରୀ ଗଗନ ମହାନ୍ତି, ବିଦୁ୍ୟତ୍ ବିଭାଗ ଅଧିକାରୀ ଏହି ଇଚ୍ଛେଦରେ ସାମିଲଥିଲେ ।