ଆଇଆଇଟି ଓ ଆଇଆଇଏମରେ ଆତ୍ମହତ୍ୟା  ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

 ନୂଆଦିଲ୍ଲୀ : ଆଇଆଇଟି ଓ ଆଇଆଇଏମ୍ରେ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ଏବଂ ଏଭଳି ମାମଲାକୁ ରୋକିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ସୂଚନା ଦେଇଛନ୍ତି ଯେ ଗତ ୧୪ ମାସ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ରେ ୧୮ଟି ଆତ୍ମହତ୍ୟା ହୋଇଛି । ଯାହା ଘଟୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବୁ । ଆମେ ଏହି ପ୍ରସଙ୍ଗକୁ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚାଇବୁ ବୋଲି କୋର୍ଟ କହିଛନ୍ତି । ଜାତିଭିତ୍ତିକ ଭେଦଭାବର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରିଥିବା ଛାତ୍ର ରୋହିତ ଭେମୁଲା ଏବଂ ପାୟଲ ତଡଭିଙ୍କ ମା'ଙ୍କ ପକ୍ଷରୁ ଜୟସିଂହ କହିଛନ୍ତି ଯେ ଅଦାଲତଙ୍କ ନିଦେ୍ର୍ଦଶ ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ସେମାନଙ୍କ କ୍ୟାମ୍ପସରେ ହେଉଥିବା ଆତ୍ମହତ୍ୟାର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ପିଏଚଡି ସ୍କଲାର ଭେମୁଲାଙ୍କ ୨୦୧୬ ଜାନୁଆରି ୧୭ତାରିଖରେ ମୃତୁ୍ୟ ହୋଇଥିବା ବେଳେ ତାମିଲନାଡୁ ଟୋପିୱାଲା ନ୍ୟାସନାଲ ମେଡିକାଲ କଲେଜର ଛାତ୍ରୀ ତାଡଭି ୨୦୧୯ ମେ ୨୨ ତାରିଖରେ ତାଙ୍କ କଲେଜର ୩ ଜଣ ଡାକ୍ତରଙ୍କ ଦ୍ୱାରା ଭେଦଭାବର ଶିକାର ହୋଇ ମୃତୁ୍ୟବରଣ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଆବେଦନକାରୀଙ୍କ ଅଧିକାଂଶ ଚିନ୍ତାକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ନିୟମାବଳୀ ପ୍ରସ୍ତୁତ କରିଛି ଏବଂ ଜନସାଧାରଣଙ୍କ ଠାରୁ ପରାମର୍ଶ ଏବଂ ଆପତ୍ତି ଆହ୍ୱାନ କରି ନିଜ ୱେବସାଇଟରେ ଅପଲୋଡ କରାଯାଇଛି । ଜୟସିଂହ କହିଛନ୍ତି ଯେ ୪୦ ପ୍ରତିଶତ ବିଶ୍ୱବିଦ୍ୟାଳୟ ଏବଂ ୮୦ ପ୍ରତିଶତ କଲେଜ ସେମାନଙ୍କ କ୍ୟାମ୍ପସରେ ସମାନ ସୁଯୋଗ ସେଲ୍ ସୃଷ୍ଟି କରିନାହାନ୍ତି । ଖଣ୍ଡପୀଠ ଏହି ମାମଲାରେ ହାଜର ହୋଇଥିବା ଜୟସିଂହ ଏବଂ ଅନ୍ୟ ଓକିଲଙ୍କୁ ଡ୍ରାଫ୍ଟ ନିୟମାବଳୀ ଉପରେ ପରାମର୍ଶ ଦେବାକୁ କହିଥିଲେ ଏବଂ ୟୁଜିସିକୁ ଏହି ପରାମର୍ଶଗୁଡ଼ିକୁ ଅନୁଧ୍ୟାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ନିୟମ ଚୂଡ଼ାନ୍ତ କରିବା ପୂର୍ବରୁ ଶୁଣାଣି କରିବାକୁ ଜୟସିଂହ ଅଦାଲତଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ମେହେଟ୍ଟା ଏହାକୁ ବିରୋଧ କରି କହିଥିଲେ ଯେ ଅନୁମତି ମିଳିଲେ ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ବ୍ୟକ୍ତିଗତ ଶୁଣାଣି ପାଇଁ ଆବେଦନ କରିବେ । ଯଦି ସେମାନେ କୌଣସି ପରାମର୍ଶ ଦେବାକୁ ଚାହୁଁଛନ୍ତି, ତେବେ ସେମାନେ ୱେବସାଇଟ୍ ଜରିଆରେ କରିପାରିବେ କିନ୍ତୁ ବ୍ୟକ୍ତିଗତ ଶୁଣାଣି ପାଇଁ ଅନୁମତି ଦିଆଯାଇପାରିବ ନାହିଁ ।
ଖଣ୍ଡପୀଠ ଜୟସିଂହଙ୍କୁ କହିଛନ୍ତି ଯେ ଆବେଦନକାରୀ ଉଠାଇଥିବା କାରଣକୁ ପ୍ରଶଂସା କରିବା ସହ ଅଦାଲତ ଏହାକୁ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୮ ସପ୍ତାହ ପରେ ଏହି ମାମଲା ପ୍ରକାଶ ପାଇଥିଲା । ଜାନୁଆରି ୩ତାରିଖରେ ଅଦାଲତ ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିବା ସହ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଭିତ୍ତିକ ଭେଦଭାବର ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର, ରାଜ୍ୟ, ବେସରକାରୀ ଓ ଡିମ୍ଡ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଜାତିଭିତ୍ତିକ ଭେଦଭାବ ଯେପରି ନ ଘଟେ ସେଥିପାଇଁ ଡ୍ରାଫ୍ଟ ନିୟମାବଳୀ ବିଜ୍ଞପ୍ତି ଜାରି କରିବାକୁ ୟୁଜିସିକୁ ନିଦେ୍ର୍ଦଶ ଦେବା ସହ ୟୁଜିସି (ଉଚ୍ଚÿ ଶିକ୍ଷାନୁଷ୍ଠାନରେ ଇକ୍ୱିଟି ପ୍ରୋସôାହନ ନିୟମାବଳୀ) ୨୦୧୨ ଅନୁଯାୟୀ ସମାନ ସୁଯୋଗ ସେଲ୍ ପ୍ରତିଷ୍ଠା କରିଥିବା ଅନୁଷ୍ଠାନର ସଂଖ୍ୟା ସମ୍ପର୍କରେ ତଥ୍ୟ ମାଗିଥିଲେ ।
ଆବେଦନକାରୀମାନେ କହିଛନ୍ତି ଯେ ୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ଛାତ୍ରଛାତ୍ରୀ (ଅଧିକାଂଶ ଏସସି/ଏସଟି) ଏଭଳି ଭେଦଭାବର ସମ୍ମୁଖୀନ ହୋଇ ଆଇଆଇଟି ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ଆତ୍ମହତ୍ୟା କରିଛନ୍ତି ।  ଦେଶର ଉଚ୍ଚÿ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଭିତ୍ତିକ ଭେଦଭାବର ବ୍ୟାପକ ପ୍ରସାର ହେଉଥିବା ଅଭିଯୋଗ କରି ୨୦୧୨ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ପାଳନକୁ କଡ଼ାକଡ଼ି ଭାବେ ସୁନିଶ୍ଚିତ କରିବାକୁ କେନ୍ଦ୍ର ଓ ୟୁଜିସିକୁ ନିଦେ୍ର୍ଦଶ ଦେବାକୁ ଆବେଦନରେ ଦାବି କରାଯାଇଛି ।