ଆଇଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ନିକଟରେ ଓଏଏସରୁ ଆଇଏଏସକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରଦାନ କରିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ ଧରମ ହାଁସଦାଙ୍କୁ ଜଙ୍ଗଲ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ ନିୟତି ପଟ୍ଟନାୟକଙ୍କୁ ପୂର୍ବଭଳି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଛି । ଏହି ପଦବୀଟି ଯୁଗ୍ମ ସଚିବ ପାହ୍ୟାର ହେବ । ସେହିପରି ଆଇଏଏସ ମହେଶ୍ୱର ସ୍ୱାଇଁଙ୍କୁ ପୂର୍ବଭଳି ପଞ୍ଚାୟତିରାଜ ବିଭାଗର ନିଦେ୍ର୍ଦଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଆଇଏଏସ ଶ୍ରୀକାନ୍ତ ତରାଇଙ୍କୁ ପୂର୍ବଭଳି ବିଏସଇର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କୁ ଯୁଗ୍ମ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ଆଇଏଏସସ ବୀରେନ୍ଦ୍ର କୋରକୋରାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ନିଦେ୍ର୍ଦଶକ ଭାବେ, ଆଇଏଏସ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଅନୁସୂଚିତ ଜାତିର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଛି । ଆଇଏଏସ ଉପମା କାଲୋଙ୍କୁ ପୂର୍ବଭଳି ସମ୍ବଲପୁର-୨ର ସେଟଲମେଣ୍ଟ ଆଣ୍ଡ କନସୋଲିଡେସନର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।
ଆଇଏଏସ ଲିଲି କୁମାରୀ କୁଲୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ କବୀନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ, ଆଇଏଏସ ଆରାଧନା ଦାସ ଗୃହ ବିଭାଗର ଯୁଗ୍ମ ସଚିବ, ଆଇଏଏସ ପ୍ରଦୀପ କୁମାର ନାୟକଙ୍କୁ ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ଆଇଏଏସ ମଧୁସୂଦନ ଦାସଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ, ଆଇଏଏସ ପ୍ରେମଜିତ୍ ନାୟକଙ୍କୁ ଆୟୁଷ ନିଦେ୍ର୍ଦଶକ, ଆଇଏଏସ ନରହରି ସେଠୀଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ଆଇଏଏସ ଯୁଗଳେଶ୍ୱରୀ ଦାସଙ୍କୁ ଓବିସି ନିଦେ୍ର୍ଦଶକ ଭାବେ, ଆଇଏଏସ ମଧୁମିତା ରଥଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆଇଏଏସ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ, ଆଇଏଏସ ନିବେଦିତା ମିଶ୍ରଙ୍କୁ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ ରେଗା ଗୀତାରାଣୀ ପଟ୍ଟନାୟକଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାଛଡ଼ା ଆଇଏଏସ ଅଞ୍ଜନା ପଣ୍ଡାଙ୍କୁ ଖାଦ୍ୟଯୋଗାଣ ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ ନିବେଦିତା ପୃଷ୍ଟିଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ, ଆଇଏଏସ ସ୍ୱୟମ୍ ପ୍ରଭା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଆଇଏଏସ ସୁଦାମ ଚରଣ ମଣ୍ଡଳଙ୍କୁ ଖାଦ୍ୟଯୋଗାଣ ବିଭାଗର ଯୁଗ୍ମ ସଚିବ ଭାବେ ଓ ଆଇଏଏସ ଗିରିଶ ଚନ୍ଦ୍ର ସିଂହଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।