ଆଇଏଫଏଲ୍ ଗୋଲ୍ଡ ଫାଇନାନ୍ସ ଶାଖା ଉଦ୍ଘାଟିତ
ବାଲିଅନ୍ତା : ପୁରାତନ ବାଣିଜି୍ୟକ ପେଣ୍ଠସ୍ଥଳୀ ବାଳକାଟି ବଜାରରେ ଆଇଏଫଏଲ୍ ଗୋଲ୍ଡ ଫାଇନାନ୍ସର ଏକ ସୁନାଋଣ ଶାଖା ଉଦ୍ଘାଟିତ ହୋଇଛି । ଆଞ୍ଚଳିକ ପରିଚାଳକ ପ୍ରିୟଦର୍ଶୀ ପଟ୍ଟନାୟକ, ଶାଖା ପରିଚାଳକ ପ୍ରିୟବ୍ରତ ରାଉତରାୟଙ୍କ ସଂଯୋଜନାରେ ଶିଳ୍ପଦ୍ୟୋଗୀ ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତିସଭ୍ୟ ଗଙ୍ଗାଧର ମାହାରୀ, ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ କପିଳ ମହାରଣା, ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଋଣ ଗ୍ରହୀତାଙ୍କୁ ସରଳ ଓ ସହଜ ଉପାୟରେ ସୁନାଋଣ ଯୋଗାଇ ଦେବାପାଇଁ ଶାଖା ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଞ୍ଜଳି ସାହୁ, ଅଶ୍ୱିନୀ ଦାଶ, ବିଶ୍ୱଜିତ ରାଉତ, ଆକାଶ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।