ଜିଲ୍ଲାପାଳଙ୍କ ନିକଟକୁ ଗଲା ଅଭିଯୋଗ

ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ:ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ‘ସୁରଭି’ ମହୋସôବରେ ଓଡିଶା ଲୋକନୃତ୍ୟ ଆଧାରିତ ଦଳଗତ ନୃତ୍ୟ ପ୍ରତିଯୋଗୀତାର ମୂଲ୍ୟାୟନକୁ ନେଇ ସୃଷ୍ଟି ହୋଇଥିବା ଆରୋପ ଏବେ ଜିଲ୍ଲାପାଳଙ୍କ ଇଜିଲାସକୁ ସ୍ଥାନାନ୍ତର ହୋଇଛି । ହାରାମଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ଏ ସଙ୍କ୍ରାନ୍ତୀୟ ଅଭିଯୋଗ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୁଧବାର ଅପରାହ୍ନରେ ପହଞ୍ଚôଥିବା ଜଣାଯାଇଛି । ଗତ ମଙ୍ଗଳବାର ଅପରାହ୍ନରେ ସଂପୃକ୍ତ ଉଚ୍ଚବିଦ୍ୟାଳୟ ଛାତ୍ରୀମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲାପକାଇ ଧାରଣା ଦେଇଥିଲେ । ବ୍ଲକ ଶିକ୍ଷା ବିଭାଗରେ ଥିବା ୧୭ଟି ସାଧନକେନ୍ଦ୍ରକୁ ଗୋଟିଏ ମାତ୍ର ଦଳକୁ ବ୍ଲକସ୍ତରୀୟ ସୁରଭି ପ୍ରତିଯୋଗୀତା ପାଇଁ ଅନୁମତି ମଳିବା ନିୟମାବଳୀ ଥିଲା । ହେଲେ ଏହାକୁ ଉଲଙ୍ଘନ କରାଯାଇ ୧୯ଟି ଦଳକୁ ପଞ୍ଜିକୃତ କରାଯିବା ପଛର କାରଣକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ଅଭିଯୋଗକାରୀ ଛାତ୍ରୀମାନେ ।  
ସେହିପରି ଅପ୍ରାସଙ୍ଗିକ ନୃତ୍ୟ ପରିବେଷଣ କରିଥିବା ଦଳକୁ କିଭଳି ପ୍ରଥମ ସ୍ଥାନ ବିଚାରକମାନେ ଦେଲେ ଓ ବ୍ଲକଶିକ୍ଷାଧିକାରୀ ତାହାକୁ ଗ୍ରହଣ କଲେ ତାହାକୁ ନେଇ ଅଭିଯୋଗକାରୀ ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି । ଗତ ଗୁରୁବାର ଅନୁଷ୍ଠିତ ପ୍ରତିଯୋଗୀତାକୁ ୪ ଦିନ ଅତିକ୍ରାନ୍ତ ହୋଇଥିଲେ ବି ଫଳାଫଳ ଜିଲ୍ଲାସ୍ତରକୁ ପଠାନଯିବା ଓ ଫଳାଫଳ ଫର୍ଦ୍ଦକୁ ଟାମ୍ପରିଂ କରାଯିବା ପଛର ରହସ୍ୟ ଯୋଗୁଁ ଅନୀୟମିତାର ଗନ୍ଧ ବାରିଛନ୍ତି ଛାତ୍ରୀମାନେ । ଫଳାଫଳ ଫର୍ଦ୍ଦରେ ୩ଜଣ ବିଚାରକ ଅଭିଯୋଗକାରୀ ଛାତ୍ରୀ ଦଳଙ୍କ ନୃତ୍ୟକୁ (୯+୮+୮) ମୋଟ ୨୫ ନମ୍ବର ଦେଇଥିଲେ । ମାତ୍ର ପ୍ରଥମ ଘୋଷିତ ବିଦ୍ୟାଳୟ ଦଳକୁ ପ୍ରଥମେ ୧୫ ନମ୍ବର ଦିଆଯାଇଥିଲା । ପରେ ତାହାକୁ କାଟି ୨୮ ନମ୍ବର କରାଯାଇଛି ବୋଲି ଗୋପନୀୟ ଫଳାଫଳ ଫର୍ଦ୍ଦକୁ ସାର୍ବଜନୀନ କରି ଅଭିଯୋଗକାରୀମାନେ ସମୁଦାୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛନ୍ତି । ମଙ୍ଗଳବାର ରାତ୍ରରେ ଛାତ୍ରୀମାନେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ହସ୍ତକ୍ଷେପ କରି ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇ ଓ ଗୋଷ୍ଠୀ ସାଧାନକେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ଜେନାଙ୍କୁ ଥାନାକୁ ଡକାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ବୁଧବାର ସଂପୃକ୍ତ ବିଚାରକଙ୍କୁ ଡକାଇ ଫଳାଫଳ ପୁର୍ନବିଚାର କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଅଭିଭୋବକଙ୍କ ସହ ଘରକୁ ଫେରିଯାଇଥିଲେ । ବୁଧବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସୁରଭିର ସମସ୍ତ ବିଚାରକ ଏକତ୍ର ହୋଇ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କଲାପରେ ପୂର୍ବ ଘୋଷିତ ଫଳାଫଳକୁ କାଏମ ରଖାଯାଇଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଅନୀୟମିତତା ଅଭିଯୋଗକୁ ବିଇଓ ଶ୍ରୀ ତରାଇ ଅସ୍ୱୀକାର କରିଥିବା ବେଳେ ଛାତ୍ରୀମାନଙ୍କ ପଦକ୍ଷେପ ଘଟଣାକୁ ଜଟିଳ କରିଛି । 
ଅପରପକ୍ଷରେ ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ସୁରଭି ମହୋସôବର ଦଳଗତ ନୃତ୍ୟ ପ୍ରତିଯୋଗୀତାରେ ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ବୁଧବାର ସଂପୃକ୍ତ ଛାତ୍ରୀମାନେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତାରେ ଅନ୍ୟ ସମସ୍ତ ଦଳଗତ ନୃତ୍ୟକୁ ମୂଲ୍ୟାୟନ କରାଯାଇଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରୀଙ୍କ ଦଳଗତ ନୃତ୍ୟକୁ ‘ଶୂନ୍ୟ’ ମୂଲ୍ୟାୟନ କରାଯାଇଛି । ଏହାର ପୁର୍ନବିଚାର କରାଯାଉ ବୋଲି ଛାତ୍ରୀମାନେ ଲିଖିତ ଅଭିଯୋଗ କରିଛନ୍ତି ।