ଆଇଜି ପାର୍କରେ ସ୍ୱାଧୀନତା ଦିବସ ପାଳନ
ଭୁବନେଶ୍ୱର : ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧି ପାର୍କସ୍ଥିତ ଇନ୍ଦିରାପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆଧ୍ୟାତ୍ମିକବାଦୀ ସ୍ୱାମୀଜୀ ନିତ୍ୟାନନ୍ଦ ସାହୁ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମର୍ଣ୍ଣିଂ ୱାକର୍ସ ଆସୋସିଏସନର ଆବାହକ ତଥା କ୍ରୀଡ଼ା ସଂଗଠକ ଶକ୍ତିରଂଜନ ମହାନ୍ତି ଏବଂ ଜାତୀୟ ସାମ୍ବାଦିକ କଲ୍ୟାଣବୋର୍ଡର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଚିବାଳୟ କର୍ମଚାରୀ ନେତା ପତିତପାବନ ନାଥଶର୍ମା, ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରବୀର କୁମାର ଦାସ, ଦିଲ୍ଲୀପ କୁମାର ପାଢୀ, ସିଦ୍ଧାର୍ଥ ସାମଲ, ଅନୀଲ ପଣ୍ଡା, ମୋହନ ପ୍ରଧାନ, ଲିପନ୍ ସାହୁ, ବିରଞ୍ଚି ପାତ୍ର, ଆଇ.ଜି.ପାର୍କ ସୁରକ୍ଷା ଅଧିକାରୀ ବେଣୁଧର ମଲ୍ଲିକ ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଆସୋସିଏସନର ସଦସ୍ୟମାନେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ ।