ଆଇନ ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ବାଣପୁର : ଚିଲିକା ବିଧାୟକ ପୃଥିରାଜ ହରିଚନ୍ଦନ ନିଜ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ୩୪କୋଟରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳା ନ୍ୟାସ କରିଛନ୍ତି । ଗ୍ରାମ ଉନ୍ନୟନ ବିଭାଗର ହଜ ଠାରୁ ଦୀନବନ୍ଧୁ ପୁର କାଲୁ ନିଆରୀ ୫୧୭-୨୬ଲକ୍ଷ ଗମେଇ ରାସ୍ତା ପାଇଁ ୫୧୫-୧୮ଲକ୍ଷ ଆଦିବାସୀ ବହୁଳ ନୀଳାଦ୍ରି ପ୍ରସାଦ ଠାରୁ ପଣସ ଡିହ ବରକୋଳି ରାସ୍ତା ସହ ଶାଳିଆ ୱାଟର ଚାନେଲ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ୬୮୮-୭୨ଲକ୍ଷ ୫ନଂ ଜାତୀୟ ରାଜପଥ ଠାରୁ ରାହଣ ବେଲି ରାସ୍ତା ପାଇଁ ୧୪-୭୮କୋଟି ବ୍ୟୟ ଅଟକଳରେ ସୁନାଖଳା ଠାରୁ ଆୟତ ପୁର ରାସ୍ତା ପାଇଁ ଶିଳା ନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଏ ଅଞ୍ଚଳର ଗ୍ରାମବାସୀ ବିଶେଷ ଉପକୃତ ହେବା ସହ ସେମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟ କର୍ମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜୋସ୍ନା ରାଣୀ ବେହେରା ବାଣପୁର ବ୍ଲକ ଉପାଧ୍ୟାକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଷ୍ମନ୍ତ ହରିଚନ୍ଦନ ନୀଳାଦ୍ରି ପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ ସଂଗଠକ ଜିତେନ୍ଦ୍ର ଭୋଳ ତପନ ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।